ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ହତ୍ୟା ଧମକ ମିଳିଛି। ସୁପ୍ରିମକୋର୍ଟଙ୍କ କୋଟା ଭିତରେ କୋଟା ନିଷ୍ପତ୍ତିରେ ଅସନ୍ତୋଷ ହୋଇ ମଧ୍ୟପ୍ରଦେଶ ବେତୁଲର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଧମକ ଦେଇଛନ୍ତି। ଏହାପରେ ପୁଲିସ ସମ୍ପୃକ୍ତି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି।ଏସସି/ଏସଟି ମଧ୍ୟରେ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଜାତି ପାଇଁ ସୁପ୍ରିମକୋର୍ଟ ସଂରକ୍ଷଣ ଭିତରେ ସବ୍କ୍ୟାଟେଗୋରୀ ତଥା କୋଟା ଭିତରେ କୋଟା ଅନୁମୋଦନ କରିଛନ୍ତି। […]

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ହତ୍ୟା ଧମକ ମିଳିଛି। ସୁପ୍ରିମକୋର୍ଟଙ୍କ କୋଟା ଭିତରେ କୋଟା ନିଷ୍ପତ୍ତିରେ ଅସନ୍ତୋଷ ହୋଇ ମଧ୍ୟପ୍ରଦେଶ ବେତୁଲର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଧମକ ଦେଇଛନ୍ତି। ଏହାପରେ ପୁଲିସ ସମ୍ପୃକ୍ତି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି।ଏସସି/ଏସଟି ମଧ୍ୟରେ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଜାତି ପାଇଁ ସୁପ୍ରିମକୋର୍ଟ ସଂରକ୍ଷଣ ଭିତରେ ସବ୍କ୍ୟାଟେଗୋରୀ ତଥା କୋଟା ଭିତରେ କୋଟା ଅନୁମୋଦନ କରିଛନ୍ତି। ଅନେକ ରାଜନୈତିକ ଦଳ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହି ନିଷ୍ପତ୍ତି ବିସୟରେ ଏକ ବିତର୍କ ଚାଲିଛି। ଏହି ସମୟରେ ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ ମିଳିଛି।