ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ

ମାହାଙ୍ଗା : ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗାର ସ୍ବାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଏହାକୁ ନେଇ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉତ୍କଣ୍ଠା ପ୍ରକାଶ ପାଇଛି। ବିଧାୟକ ଶ୍ରୀ ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଜଅଁରା ବାରିମୂଳ ଗ୍ରାମର ରମେଶ ଚନ୍ଦ୍ର ବଳଙ୍କ ବଡ଼ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ବିବାହ କରିବେ । ସିପ୍ରା କଟକ ଜଗତପୁରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି […]

ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ

ମାହାଙ୍ଗା : ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗାର ସ୍ବାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଏହାକୁ ନେଇ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉତ୍କଣ୍ଠା ପ୍ରକାଶ ପାଇଛି। ବିଧାୟକ ଶ୍ରୀ ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଜଅଁରା ବାରିମୂଳ ଗ୍ରାମର ରମେଶ ଚନ୍ଦ୍ର ବଳଙ୍କ ବଡ଼ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ବିବାହ କରିବେ ।

ସିପ୍ରା କଟକ ଜଗତପୁରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଳକରେ ସାମାଜିକ ସମ୍ପ୍ରସାରଣ ଅଧୁକାରୀ ଭାବେ କାର୍ଯ୍ୟ କରୁଥିଲେ ।   ବିବାହ ଉତ୍ସବ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାର ରହିଥ‌ିବା ଜଣାପଡିଛି । ନିଗମାନନ୍ଦ ଆଶ୍ରମରେ ପୂଜାର୍ଚ୍ଚନା କରି ବନ୍ଧୁଙ୍କୁ  ସାଙ୍ଗରେ ନେଇ ସେ ରାଜସ୍ଥାନ ଯାଇଛନ୍ତି ବିବାହ ପାଇଁ । ବିବାହ ଉତ୍ସବ ଆସନ୍ତା ୨ ତାରିଖ ଦିନ ରାଜସ୍ଥାନରେ ହେବ ବୋଲି ଜଣାଯାଇଛି ।