କେନ୍ଦୁଝର ଶ୍ରୀଜୀଉଙ୍କ ନିଆରା ଭୋଗ
କେନ୍ଦୁଝର ଜିଲାର ରାଷ୍ଟ୍ରଦେବତା ଶ୍ରୀବଳଦେବଜୀଉଙ୍କୁ ଲାଗି ହେଉଥିବା ବିଭିନ୍ନ ଭୋଗ ମଧ୍ୟରୁ ତାଟ ଭୋଗ ଓ ଖେଚୁଡ଼ି ଅନ୍ୟତମ। ମନ୍ଦିର ହେବା ଦିନଠାରୁ ତାଟ ଭୋଗ ଲାଗି ପରମ୍ପରା ରହିଛି। ଖିରି, କାକରା, କର୍ପୂରକେଳି, ଝିଲ୍ଲି ଓ ମନୋହର ଆଦି ମିଷ୍ଟାନ୍ନକୁ ଏକ ସାଙ୍ଗରେ ମିଶାଇ ଶ୍ରୀଜୀଉଙ୍କ ପାଖରେ ଲାଗି ହୋଇଥାଏ, ଯାହାକୁ ତାଟଭୋଗ କୁହାଯାଏ। ତେବେ ଶ୍ରୀଜୀଉଙ୍କ ନିକଟରେ ଲାଗି ହେଉଥିବା ଏହି ତାଟ ଭୋଗରେ ନିଆରା ମିଷ୍ଟାନ୍ନ ହେଉଛି କର୍ପୂରକେଳି। ପ୍ରଥମେ ଅଟା ଓ […] The post କେନ୍ଦୁଝର ଶ୍ରୀଜୀଉଙ୍କ ନିଆରା ଭୋଗ appeared first on Dharitri Odia News.
କେନ୍ଦୁଝର ଜିଲାର ରାଷ୍ଟ୍ରଦେବତା ଶ୍ରୀବଳଦେବଜୀଉଙ୍କୁ ଲାଗି ହେଉଥିବା ବିଭିନ୍ନ ଭୋଗ ମଧ୍ୟରୁ ତାଟ ଭୋଗ ଓ ଖେଚୁଡ଼ି ଅନ୍ୟତମ। ମନ୍ଦିର ହେବା ଦିନଠାରୁ ତାଟ ଭୋଗ ଲାଗି ପରମ୍ପରା ରହିଛି।
ଖିରି, କାକରା, କର୍ପୂରକେଳି, ଝିଲ୍ଲି ଓ ମନୋହର ଆଦି ମିଷ୍ଟାନ୍ନକୁ ଏକ ସାଙ୍ଗରେ ମିଶାଇ ଶ୍ରୀଜୀଉଙ୍କ ପାଖରେ ଲାଗି ହୋଇଥାଏ, ଯାହାକୁ ତାଟଭୋଗ କୁହାଯାଏ। ତେବେ ଶ୍ରୀଜୀଉଙ୍କ ନିକଟରେ ଲାଗି ହେଉଥିବା ଏହି ତାଟ ଭୋଗରେ ନିଆରା ମିଷ୍ଟାନ୍ନ ହେଉଛି କର୍ପୂରକେଳି। ପ୍ରଥମେ ଅଟା ଓ ଛେନାକୁ ଭଲ ଭାବରେ ମିଶାଇ ଏଥିରେ ଖାଣ୍ଟି ଗୁଆ ଘିଅ ଦେଇ ଗୋଲ ଗୋଲ ଆକାରରେ ଗୁଳା ତିଆରି କରାଯାଏ। ଏହାକୁ ତେଲରେ ଛାଣି ରଖାଯାଏ। କ୍ଷୀରକୁ ଭଲଭାବରେ ଫୁଟାଇ ସେଥିରେ ଚିନି ପକାଇବା ପରେ ଏହି ଗୁଳାକୁ ପକାଇ କିଛି ସମୟ ପରେ ଓହ୍ଲାଇ ଦିଆଯାଏ। ତେବେ ମନ୍ଦିର ହେବା ଦିନଠାରୁ ଅର୍ଥାତ୍ ପ୍ରାୟ ୪ ଶହ ବର୍ଷ ଧରି ଏହି ଭୋଗ ଲାଗି ହୋଇଆସୁଛି ବୋଲି ସେବାୟତ ପଞ୍ଚାନନ ସାହୁ କୁହନ୍ତି।
ସେହିପରି ଶ୍ରୀଜୀଉଙ୍କଠାରେ ଦୈନିକ ନୀତି ଭୋଗ ଭାବେ ଲାଗିହୋଇଥାଏ ଖେଚୁଡି। ଯଦିଓ ଖେଚୁଡି ସବୁଆଡ଼େ ପ୍ରସ୍ତୁତ ହୋଇଥାଏ, ତେବେ କେନ୍ଦୁଝରର ଖେଚୁଡି ଭୋଗ ନିଆରା। ଏଠାରେ ଭଜା ଖେଚୁଡି, ଦଳା ଖେଚୁଡି, ରଘୁନାଥିଆ, ନଦା ଆଦି ବିଭିନ୍ନ ପ୍ରକାରର ଖେଚୁଡି ପ୍ରସ୍ତୁତ ହୋଇ ଭୋଗଲାଗି ହୋଇଥାଏ। ବଳଭଦ୍ରଙ୍କ ଭୋଗ ରାଜାଙ୍କ ଘରକୁ ଯାଇଥାଏ। ସୁଭଦ୍ରା ଓ ଜଗନ୍ନାଥଙ୍କ ଭୋଗ ବିକ୍ରି ହୋଇଥାଏ ବୋଲି ପଞ୍ଚାନନ କହିଛନ୍ତି।
– ରିପୋର୍ଟ: ନରେଶ ପଟ୍ଟନାୟକ
The post କେନ୍ଦୁଝର ଶ୍ରୀଜୀଉଙ୍କ ନିଆରା ଭୋଗ appeared first on Dharitri Odia News.