ଉଚ୍ଚ ବିପଦପୂର୍ଣ୍ଣ ପ୍ୟାକେଜ୍ ବୋତଲ ପାଣି, ସତର୍କ କରାଇଲା FSSAI
ନୂଆଦିଲ୍ଲୀ,୨।୧୨: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (FSSAI) ପ୍ୟାକେଜ୍ ହୋଇଥିବା ପାନୀୟ ଏବଂ ମିନେରାଲ୍ ଯୁକ୍ତ ପାଣି ଉଚ୍ଚ ବିପଦପୂର୍ଣ୍ଣ ବର୍ଗରେ ସାମିଲ୍ କରିଛି। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ-ପକ୍ଷ ଅଡିଟ ନିୟମ ଅନୁଯାୟୀ ପାଳନ କରିବାକୁ କୁହାଯାଇଛି। ଅକ୍ଟୋବର ମାସରେ ସରକାର ଜାରି କରିଥିବା ନିର୍ଦେଶ ଅନୁଯାୟୀ ପ୍ୟାକେଜ ହୋଇଥିବା ପାନୀୟ ଏବଂ ମିନେରାଲ୍ ଯୁକ୍ତ ପାଣି ଏଣିକି ଲାଇସେନ୍ସ ପାଇବା ପାଇଁ […] The post ଉଚ୍ଚ ବିପଦପୂର୍ଣ୍ଣ ପ୍ୟାକେଜ୍ ବୋତଲ ପାଣି, ସତର୍କ କରାଇଲା FSSAI appeared first on Dharitri Odia News.
ନୂଆଦିଲ୍ଲୀ,୨।୧୨: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (FSSAI) ପ୍ୟାକେଜ୍ ହୋଇଥିବା ପାନୀୟ ଏବଂ ମିନେରାଲ୍ ଯୁକ୍ତ ପାଣି ଉଚ୍ଚ ବିପଦପୂର୍ଣ୍ଣ ବର୍ଗରେ ସାମିଲ୍ କରିଛି। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ-ପକ୍ଷ ଅଡିଟ ନିୟମ ଅନୁଯାୟୀ ପାଳନ କରିବାକୁ କୁହାଯାଇଛି। ଅକ୍ଟୋବର ମାସରେ ସରକାର ଜାରି କରିଥିବା ନିର୍ଦେଶ ଅନୁଯାୟୀ ପ୍ୟାକେଜ ହୋଇଥିବା ପାନୀୟ ଏବଂ ମିନେରାଲ୍ ଯୁକ୍ତ ପାଣି ଏଣିକି ଲାଇସେନ୍ସ ପାଇବା ପାଇଁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡରୁ ପ୍ରମାଣପତ୍ର ପାଇବା ବାଧ୍ୟତାମୂଳକ କରିବା ପରେ ଏଫଏସଏସଏଆଇ ଏହି ନିଷ୍ପତି ନେଇଛି।
ନଭେମ୍ବର ୨୯ରେ ଏହାର ଆଦେଶରେ ଏଫଏସଏସଏଆଇ ଉଲ୍ଲେଖ କରିଛି ଯେ, ଖାଦ୍ୟ ବର୍ଗର ଉତ୍ପାଦକ କିମ୍ବା ପ୍ରକ୍ରୀୟାର ଯାଞ୍ଚ ଯେଉଁଥିପାଇଁ ବାଧ୍ୟତାମୂଳକ ବିଏସ ସାର୍ଟିଫିକେଟ ଆବଶ୍ୟକତା ହଟାଯାଇଛି, ବର୍ତ୍ତମାନ ଲାଇସେନ୍ସ କିମ୍ବା ପଞ୍ଜୀକରଣ ପୂର୍ବରୁ ଆବଶ୍ୟକ ହେବ।
ଏଥିସହିତ ଉଚ୍ଚ ବିପଦପୂର୍ଣ୍ଣ ଖାଦ୍ୟ ବର୍ଗ ଅନ୍ତର୍ଗତ ସମସ୍ତ କେନ୍ଦ୍ରୀୟ ଲାଇସେନ୍ସପ୍ରାପ୍ତ ଉତ୍ପାଦକମାନେ ସେମାନଙ୍କର ବ୍ୟବସାୟକୁ ଏଫଏସଏସଏଆଇ ସ୍ବୀକୃତିପ୍ରାପ୍ତ ତୃତୀୟ ପକ୍ଷ ଖାଦ୍ୟ ନିରାପତ୍ତା ଅଡିଟ ଏଜେନ୍ସି ଦ୍ୱାରା ପ୍ରତିବର୍ଷ ଅଡିଟ କରିବେ। ଅଧିକ ବିପଦପୂର୍ଣ୍ଣ ଖାଦ୍ୟ ବର୍ଗର ତାଲିକାରେ ପ୍ୟାକେଜ ପାନୀୟ ଜଳ ଏବଂ ମିନେରାଲ୍ ଯୁକ୍ତ ପାଣ ଅନ୍ତର୍ଭୁକ୍ତ ହୋଇଛି ବୋଲି ଖାଦ୍ୟ ସୁରକ୍ଷା ପ୍ରାଧିକରଣର ନିର୍ଦ୍ଦେଶରେ କୁହାଯାଇଛି।
ଏହାପୂର୍ବରୁ ପ୍ୟାକେଜ ହୋଇଥିବା ପାନୀୟ ଜଳ ଶିଳ୍ପ ସରଳୀକୃତ ନିୟମାବଳୀ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲା। ଉଭୟ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଏବଂ ଏଫଏସଏସଏଆଇରୁ ବାଧ୍ୟତାମୂଳକ ଦୌତ ପ୍ରମାଣପତ୍ର ପାଇବା ସର୍ତ୍ତ ହଟାଇବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଅତ୍ୟାଧୁନିକ ନିୟମ ଶିଳ୍ପର ଅନୁପାଳନ ଭାରକୁ ସରଳ କରିବ।
The post ଉଚ୍ଚ ବିପଦପୂର୍ଣ୍ଣ ପ୍ୟାକେଜ୍ ବୋତଲ ପାଣି, ସତର୍କ କରାଇଲା FSSAI appeared first on Dharitri Odia News.