ସୋନିଆ ଦାଖଲ କଲେ ନାମାଙ୍କନ ପତ୍ର…

ନୂଆଦିଲ୍ଲୀ,୧୪।୨ : ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ୪ ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ର୍ନିବାଚନ ପାଇଁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରୁ ସୋନିଆ ଗାନ୍ଧୀ, ବିହାରର ଅଖିଳେଶ ପ୍ରତାପ ସିଂ, ହିମାଚଳରୁ ଅଭିଷେକ ମନୁ ସିଂଭି ଏବଂ ମହାରାଷ୍ଟ୍ରର ଚନ୍ଦ୍ରକାନ୍ତ ହଣ୍ଡୋର ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସର ରାଜ୍ୟସଭା ତାଲିକା ପ୍ରକାଶ ପାଇବା ମଧ୍ୟରେ କଂଗ୍ରେସ ସଂସଦୀୟ ଦଳର ସଭାପତି […] The post ସୋନିଆ ଦାଖଲ କଲେ ନାମାଙ୍କନ ପତ୍ର… appeared first on Dharitri Odia News.

ସୋନିଆ ଦାଖଲ କଲେ ନାମାଙ୍କନ ପତ୍ର…

ନୂଆଦିଲ୍ଲୀ,୧୪।୨ : ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ୪ ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ର୍ନିବାଚନ ପାଇଁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରୁ ସୋନିଆ ଗାନ୍ଧୀ, ବିହାରର ଅଖିଳେଶ ପ୍ରତାପ ସିଂ, ହିମାଚଳରୁ ଅଭିଷେକ ମନୁ ସିଂଭି ଏବଂ ମହାରାଷ୍ଟ୍ରର ଚନ୍ଦ୍ରକାନ୍ତ ହଣ୍ଡୋର ପ୍ରାର୍ଥୀ ହୋଇଛନ୍ତି।

କଂଗ୍ରେସର ରାଜ୍ୟସଭା ତାଲିକା ପ୍ରକାଶ ପାଇବା ମଧ୍ୟରେ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଢୋଟାସରା କହିଛନ୍ତି ଏହି ନିଷ୍ପତ୍ତି ଆମକୁ ଶକ୍ତି ଦେବ। ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ। ସେ କହିଛନ୍ତି ଆମେ କଂଗ୍ରେସକୁ ଜିତାଇବୁ। ଆମର ଲକ୍ଷ୍ୟ ହେଉଛି ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବା।

 

The post ସୋନିଆ ଦାଖଲ କଲେ ନାମାଙ୍କନ ପତ୍ର… appeared first on Dharitri Odia News.