ମା’ ଡୋକରୀ ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଜୟପାଟଣା,୧୧ା୯(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ନିକଟିସ୍ଥ ତାଳଗୁଡ଼ଠାରେ ଥିବା ପ୍ରସିଦ୍ଧ ମା’ ଡୋକରୀ ଠାକୁରାଣୀଙ୍କ ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ଭିତରକୁ ପଶି ସେଠାରେ ଥିବା ହୁଣ୍ଡିକୁ ଭାଙ୍ଗି ସମସ୍ତ ଟଙ୍କା ଚୋରି କରି ନେଇଛନ୍ତି। ବୁଧବାର ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଜମିଦାରଙ୍କଠାରେ ପ୍ରକାଶ କରିଥିଲେ। ପରେ ଜମିଦାର ଥିବା ରାଣୀ ସାହେବ ଜୟପାଟଣା ଥାନାରେ ଲିଖିତ […] The post ମା’ ଡୋକରୀ ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.
ଜୟପାଟଣା,୧୧ା୯(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ନିକଟିସ୍ଥ ତାଳଗୁଡ଼ଠାରେ ଥିବା ପ୍ରସିଦ୍ଧ ମା’ ଡୋକରୀ ଠାକୁରାଣୀଙ୍କ ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ଭିତରକୁ ପଶି ସେଠାରେ ଥିବା ହୁଣ୍ଡିକୁ ଭାଙ୍ଗି ସମସ୍ତ ଟଙ୍କା ଚୋରି କରି ନେଇଛନ୍ତି। ବୁଧବାର ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଜମିଦାରଙ୍କଠାରେ ପ୍ରକାଶ କରିଥିଲେ। ପରେ ଜମିଦାର ଥିବା ରାଣୀ ସାହେବ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ସ୍ଥାନୀୟ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ପୋଲିସ ବର୍ତ୍ତମାନ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜୟପାଟଣା ଆଇଆଇସି ଶେଷଦେବ ବେହେରାଙ୍କଠାରୁ ସୂଚନା ମିଳିଛି।
The post ମା’ ଡୋକରୀ ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.