‘୧୯୮୪ରେ ଅପହୃତ ଏୟାର ଇଣ୍ଡିଆ ବିମାନରେ ଥିଲେ ମୋ ବାପା’
'ଯୁବ ଅଫିସର ଭାବେ ମୁଁ ବନ୍ଧକଙ୍କୁ ମୁକ୍ତ କରିବାକୁ ଡିଲ୍ କରୁଥିଲି ।’ ଜେନେଭାରେ ଭାରତୀୟ ସମୂହଙ୍କ ଆଗରେ ସ୍ମୃତି ବଖାଣିଲେ ବୈଦେଶିକ ମନ୍ତ୍ରୀ ।
୧୯୮୪ରେ ଅପହୃତ ଏୟାର ଇଣ୍ଡିଆ ବିମାନରେ ଥିଲେ ବାପା। ଆଉ ଯୁବ ଅଫିସର ଭାବେ ଅପହୃତ ବିମାନରୁ ଯାତ୍ରୀଙ୍କୁ ମୁକୁଳାଇବା ଟିମରେ ସାମିଲ ଥିଲେ ପୁଅ। ଏହି ପୁଅ ଆଉ କେହି ନୁହେଁ ସେ ହେଉଛନ୍ତି, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଜେନେଭାରେ ଭାରତୀୟ ସମୂହଙ୍କୁ ଉଦବୋଧନ ବେଳେ ଏହି ଚାଂଚଲ୍ୟକର ତଥ୍ୟ ରଖିଛନ୍ତି ମନ୍ତ୍ରୀ ଜୟଶଙ୍କର। ନେଟଫ୍ଲିକ୍ସର ସିରିଜ୍ IC-814 କାନ୍ଦାହାର ହାଇଜାକ୍ ବିବାଦ ଉପରେ ମତ ରଖିବା ବେଳେ ୧୯୮୪ ବିମାନ ଅପହରଣର ସ୍ମୃତି ବଖାଣିଥିଲେ ଜୟଶଙ୍କର। ସେ କହିଥିଲେ, ସେଦିନ ଅପହୃତ ହୋଇଥିବା ସେହି ବିମାନରେ ମୋ ବାପା ଥିଲେ। ଆଉ ଯୁବ ଅଫିସର ଭାବେ ନେଗୋସିଏସନ୍ ଟିମରେ ମୁଁ ସାମିଲ ଥିଲି। ସଂକଟର ମୁକାବିଲା କଲା ବେଳେ ହିଁ ମୁଁ ଜାଣିଥିଲି ଯେ, ବିମାନରେ ମୋ ବାପା ଅଛନ୍ତି।
#୧୯୮୪_ହାଇଜାକ୍_ବିମାନରେ_ମୋ_ବାପା_ଥିଲେ: ଜୟଶଙ୍କର
୧୯୮୪ରେ ଅପହୃତ ଏୟାର ଇଣ୍ଡିଆ ବିମାନରେ ଥିଲେ ବାପା। ଆଉ ଯୁବ ଅଫିସର ଭାବେ ଅପହୃତ ବିମାନରୁ ଯାତ୍ରୀଙ୍କୁ ମୁକୁଳାଇବା ଟିମରେ ସାମିଲ ଥିଲେ ପୁଅ। ଏହି ପୁଅ ଆଉ କେହି ନୁହେଁ ସେ ହେଉଛନ୍ତି, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର#Hijack #SJaishankar #ExternalAffairs #AirIndia pic.twitter.com/q0P8rD9C9L — ଓଟିଭି (@otvkhabar) September 13, 2024