ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆସିଲା ୭୧ ଲକ୍ଷର ବାତ୍ୟା ସହାୟତା

ଭୁବନେଶ୍ୱର,୩୧ା୧୦:(ସୁନିତ୍‌ ମିଶ୍ର): ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବୁଧବାର ଲୋକସେବା ଭବନଠାରେ ବିଭିନ୍ନ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କ ଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, କେଏମ୍‌ଭିି ପ୍ରୋଜେକ୍ଟ ଲିମିଟେଡ୍‌ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ ଟଙ୍କା, ହାଇ ଇଲ୍ଡ […] The post ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆସିଲା ୭୧ ଲକ୍ଷର ବାତ୍ୟା ସହାୟତା appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆସିଲା ୭୧ ଲକ୍ଷର ବାତ୍ୟା ସହାୟତା

ଭୁବନେଶ୍ୱର,୩୧ା୧୦:(ସୁନିତ୍‌ ମିଶ୍ର): ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବୁଧବାର ଲୋକସେବା ଭବନଠାରେ ବିଭିନ୍ନ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କ ଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, କେଏମ୍‌ଭିି ପ୍ରୋଜେକ୍ଟ ଲିମିଟେଡ୍‌ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ ଟଙ୍କା, ହାଇ ଇଲ୍ଡ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୫ ଲକ୍ଷ ଟଙ୍କା, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେଶନ ପକ୍ଷରୁ ୨ ଲକ୍ଷ ଟଙ୍କା, ଶିବାନୀ ରିସୋର୍ସେସ୍‌ ପକ୍ଷରୁ ୨ ଲକ୍ଷ ଟଙ୍କା ଏବଂ ଭୁବନେଶ୍ବର ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ପିଲାମାନଙ୍କ ପକ୍ଷରୁ ୨ଲକ୍ଷ ୧ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ଆକାରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ସମୁଦାୟ ୬ଟି ସଂସ୍ଥା ୭୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟର ବିପଦ ସମୟରେ ରାଜ୍ୟବାସୀଙ୍କୁ ସହାୟତା କରିବା ପାଇଁ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆସିଲା ୭୧ ଲକ୍ଷର ବାତ୍ୟା ସହାୟତା appeared first on Dharitri Odia News.