KIITରେ ନେପାଳୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ପୋଲିସ ଜାଣିଶୁଣି ଲଗାଇଛି କୋହଳ ଦଫା!

ଭୁବନେଶ୍ୱର,୧୯ା୨(ସତ୍ୟଜିତ୍‌ ରାଉତ): କିଟ୍‌ ବିଶ୍ୱ ବିଦ୍ୟାଳୟରେ ମୃତ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲ୍‌ଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରି କ୍ୟାମ୍ପସ୍‌ରୁ ବଳପୂର୍ବକ ବାହାର କରିଦେବା ଘଟଣାରେ ଇନ୍‌ଫୋସିଟି ଥାନା ପୋଲିସ ୩ ଅଧିକାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିଥିଲା। କିଟ୍‌ର ଡାଇରେକ୍ଟର ଜେନେରାଲ ଏଚ୍‌ଆର୍‌ ଶିବାନନ୍ଦ ମିଶ୍ର, ଡାଇରେକ୍ଟର(ଆଡମିନ୍‌) ପ୍ରତାପ କୁମାର ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର କୁମାର ରଥ, ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୨ କୋର୍ଟକୁ ଚାଲାଣ […] The post KIITରେ ନେପାଳୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ପୋଲିସ ଜାଣିଶୁଣି ଲଗାଇଛି କୋହଳ ଦଫା! appeared first on Dharitri Odia News.

KIITରେ ନେପାଳୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ପୋଲିସ ଜାଣିଶୁଣି ଲଗାଇଛି କୋହଳ ଦଫା!

ଭୁବନେଶ୍ୱର,୧୯ା୨(ସତ୍ୟଜିତ୍‌ ରାଉତ): କିଟ୍‌ ବିଶ୍ୱ ବିଦ୍ୟାଳୟରେ ମୃତ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲ୍‌ଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରି କ୍ୟାମ୍ପସ୍‌ରୁ ବଳପୂର୍ବକ ବାହାର କରିଦେବା ଘଟଣାରେ ଇନ୍‌ଫୋସିଟି ଥାନା ପୋଲିସ ୩ ଅଧିକାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିଥିଲା। କିଟ୍‌ର ଡାଇରେକ୍ଟର ଜେନେରାଲ ଏଚ୍‌ଆର୍‌ ଶିବାନନ୍ଦ ମିଶ୍ର, ଡାଇରେକ୍ଟର(ଆଡମିନ୍‌) ପ୍ରତାପ କୁମାର ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର କୁମାର ରଥ, ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୨ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ବିଚାରପତି ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପୋଲିସ ଜାଣିଶୁଣି କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ସହଜରେ ଜାମିନ ମିଳିଗଲା ବୋଲି କୁହାଯାଉଛି। ନେପାଳୀ ଛାତ୍ରମାନଙ୍କୁ ଅଭିଯୁକ୍ତମାନେ ସଙ୍ଘବଦ୍ଧ ହୋଇ ଆକ୍ରମଣ କରିବା ସହ ବିଦା କରୁଥିବା ଭାଇରାଲ ଭିଡିଓରୁ ଦେଖିବାକୁ ମିଳୁଛି। ଏହା ସତ୍ୱେ ଏକାଧିକ ସଙ୍ଗୀନ ଦଫା ଲଗାଇବା ପରିବର୍ତ୍ତେ ପୋଲିସ ଘଟଣାକୁ ହାଲୁକା ଭାବେ ନେଇ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ୧୨୬(୨) (ବେଆଇନ ଭାବେ ଅଟକାଇବା), ୨୯୬ (ଗାଳିଗୁଲଜ), ୧୧୫(୨) (ଆଘାତ ଦେବା),୩(୫) (ଅପରାଧରେ ଏକାଧିକ ଲୋକଙ୍କ ସମ୍ପୃକ୍ତି) ଭଳି କୋହଳ ଦଫା ଲଗାଇଛି। ଫଳରେ ଅଭିଯୁକ୍ତଙ୍କୁ ସଙ୍ଗେ ସଙ୍ଗେ ଜାମିନ ମିଳିଯାଇଛି। ଏହାକୁ ନେଇ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ ପ୍ରଶ୍ନ ଉଠାଇ ପୋଲିସ ଓ କିଟ୍‌ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦାଶଙ୍କ କହିବା ଅନୁଯାୟୀ, ପୋଲିସ ଜାଣିଶୁଣି ଏହି ଘଟଣାରେ କୋହଳ ଦଫା ଲଗାଇଛି। ଏହି ଘଟଣାରେ ଯେଉଁସବୁ ଦଫା ଲାଗିଛି, ସେଥିରେ ଥାନାରୁ ପୋଲିସ ନୋଟିସ୍‌ ଦେଇ ଛାଡିଦେବା କଥା। ହେଲେ ଏହି ଘଟଣା ଅଧିକ ପ୍ରଚାର ପ୍ରସାର ହୋଇଯାଇଥିବାରୁ ପୋଲିସ ସେମାନଙ୍କୁ କୋର୍ଟଚାଲାଣ କଲା। ବିଦେଶୀ ପିଲାମାନଙ୍କୁ ଅଭିଯୁକ୍ତମାନେ ଯେଭଳି ଆକ୍ରମଣ, ନିର୍ଯାତନା, ଦୁର୍ବ୍ୟବହାର କରି ବିତାଡ଼ିତ କଲେ,ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ବିଏନ୍‌ଏସ୍‌ ୧୦୯ (ହତ୍ୟା ଉଦ୍ୟମ), ୧୧୧ (ଯୋଜନାବଦ୍ଧ ଅପରାଧ), ୧୩୭ (ଅପହରଣ) ଭଳି ସଙ୍ଗୀନ ଦଫା ଲଗାଯିବା କଥା। ହେଲେ ପୋଲିସ ସେଭଳି କଲାନାହିଁ। କିଟ୍‌ କର୍ତ୍ତୃପକ୍ଷ ପୋଲିସକୁ ପୋଶୁଛନ୍ତି। ତେଣୁ ଏତେ ବଡ଼ ସାମ୍ରାଜ୍ୟ ଗଢ଼ିଛନ୍ତି ବୋଲି ଦାଶ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଘଟଣାର ଏକ ଭିଡିଓ ଭାଇରାଲ ହେଉଥିବାବେଳେ ସୁରକ୍ଷା କର୍ମୀ ଓ ଅଧିକାରୀଙ୍କ ନୃଶଂସତା ଦେଖିବାକୁ ମିଳିଛି। ଛାତ୍ରମାନେ ନିଜ ଲଗେଜ ଓ ବ୍ୟାଗ ନେଇ ଆସୁଥିବାବେଳେ ସୁରକ୍ଷାକର୍ମୀ ଏବଂ ଅନ୍ୟକେତେଜଣ ସେମାନଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ। ଏପରିକି ଏହି ସମୟରେ ଅନ୍ୟ ଛାତ୍ରମାନେ ଭୟରେ ପାଟି ଖୋଲୁ ନ ଥିଲେ। କେତେଜଣ ଛାତ୍ରୀ ଏହି ଭିଡିଓ ଉତ୍ତଳୋନ କରି ଛାଡିଥିବା ଜଣାପଡିଛି। ବିଦେଶୀ ଛାତ୍ରୀଛାତ୍ରଙ୍କୁ କିଟ୍‌ ଅଧିକାରୀଙ୍କ ଏଭଳି ବ୍ୟବହାରକୁ ନେଇ ନିନ୍ଦା କରାଯାଉଛି।

The post KIITରେ ନେପାଳୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ପୋଲିସ ଜାଣିଶୁଣି ଲଗାଇଛି କୋହଳ ଦଫା! appeared first on Dharitri Odia News.