ଭିଜିଲାନ୍ସ ଜାଲରେ ITDA ଅଧିକାରୀ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୩୦।୦୧ : ଭିଜିଲାନ୍ସ ଜାଲରେ ITDA ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ସକାଳୁ ସକାଳୁ ଭିଜିଲାନ୍ସ ପକ୍ଷରୁ ବଣାଇ ITDA ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ରେଡ୍‌ ହୋଇଛି । ଏକାସାଙ୍ଗେ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର, ବଣାଇ ଆଦି ରହିଛି । ତେବେ ଏହି ଚଢାଉରେ ଅତିରିକ୍ତ ଏସ୍‌ପି, ତିନି ଡିଏସ୍‌ପି, ୧୦ ଇନ୍‌ସପେକ୍ଟର ସାମିଲ ରହିଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ତଥ୍ୟ ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି । 

ଭିଜିଲାନ୍ସ ଜାଲରେ ITDA ଅଧିକାରୀ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୩୦।୦୧ : ଭିଜିଲାନ୍ସ ଜାଲରେ ITDA ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । 

ଖବର ଅନୁଯାୟୀ, ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ସକାଳୁ ସକାଳୁ ଭିଜିଲାନ୍ସ ପକ୍ଷରୁ ବଣାଇ ITDA ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ରେଡ୍‌ ହୋଇଛି । ଏକାସାଙ୍ଗେ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର, ବଣାଇ ଆଦି ରହିଛି । ତେବେ ଏହି ଚଢାଉରେ ଅତିରିକ୍ତ ଏସ୍‌ପି, ତିନି ଡିଏସ୍‌ପି, ୧୦ ଇନ୍‌ସପେକ୍ଟର ସାମିଲ ରହିଛନ୍ତି । 

ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ତଥ୍ୟ ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।