୧୪୮ ଦିନ ପରେ ଜେଲରୁ ବାହାରିବେ କେଜ୍ରିଓ୍ବାଲ ? ସୁପ୍ରିମକୋର୍ଟରେ ଜାମିନ୍ ଆବେଦନର ଶୁଣାଣି ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଅବେଦନର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଯାଇଛି । ମନୀଷ ସିସୋଦିଆ, କେ. କବିତାଙ୍କ ପରେ ଆପ୍ ସୁପ୍ରିମୋଙ୍କ ଏହି ମାମଲାରେ ବେଲ୍ ମିଳିବା ଆଶା ବଢ଼ିଯାଇଛି । ଏହି ମାମଲାରେ ଜଷ୍ଟିସ୍  ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି । କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁ ସଂଘବୀ ପକ୍ଷ ରଖୁଛନ୍ତି । ସେପଟେ ସିବିଆଇ ପକ୍ଷରୁ ଅଡିସିନାଲ୍ ସଲିସିଟର ଜେନେରାଲ ଏସ.ବି ରାଜୁ ଉପସ୍ଥିତ ରହିଛନ୍ତି ।  ଅଭିଷେକ୍ ମନୁ ସଂଘବୀ ପକ୍ଷ ରଖି କହିଛନ୍ତି, ଆରବିନ୍ଦ କେଜ୍ରିଓ୍ବାଲ ଏକ ସାମ୍ବିଧାନିକ ପଦରେ ରହିଛନ୍ତି । ତେଣୁ ସେ ଦେଶ ଛାଡ଼ି ପଳାୟନ କରିବାର ପ୍ରଶ୍ନ ଉଠୁନାହିଁ । ଏହାଛଡ଼ା ଆପ୍ ସୁପ୍ରିମୋଙ୍କ ବିରୋଧରେ ଅବକାରୀ ଘୋଟାଲାକୁ ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଭିଷେକ୍ ମନୁ ସଂଘବୀ କହିଛନ୍ତି ।  ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲେ । ପରେ ସମାନ କେସ୍‌ରେ ଇଡି ତାଙ୍କୁ ଗିରଫ କରିଛି । ଇଡି ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ୍ ମିଳିଥିବା ବେଳେ ଆଜି ସିବିଆଇ ମାମଲାରେ ଜାମିନ୍ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଆପ୍ ସୁପ୍ରିମୋଙ୍କୁ ଇଡି ମାର୍ଚ୍ଚ ୨୧ ତାରିଖରେ ଗିର

୧୪୮ ଦିନ ପରେ ଜେଲରୁ ବାହାରିବେ କେଜ୍ରିଓ୍ବାଲ ? ସୁପ୍ରିମକୋର୍ଟରେ ଜାମିନ୍ ଆବେଦନର ଶୁଣାଣି ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଅବେଦନର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଯାଇଛି । ମନୀଷ ସିସୋଦିଆ, କେ. କବିତାଙ୍କ ପରେ ଆପ୍ ସୁପ୍ରିମୋଙ୍କ ଏହି ମାମଲାରେ ବେଲ୍ ମିଳିବା ଆଶା ବଢ଼ିଯାଇଛି । ଏହି ମାମଲାରେ ଜଷ୍ଟିସ୍  ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି । କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁ ସଂଘବୀ ପକ୍ଷ ରଖୁଛନ୍ତି । ସେପଟେ ସିବିଆଇ ପକ୍ଷରୁ ଅଡିସିନାଲ୍ ସଲିସିଟର ଜେନେରାଲ ଏସ.ବି ରାଜୁ ଉପସ୍ଥିତ ରହିଛନ୍ତି ।  

ଅଭିଷେକ୍ ମନୁ ସଂଘବୀ ପକ୍ଷ ରଖି କହିଛନ୍ତି, ଆରବିନ୍ଦ କେଜ୍ରିଓ୍ବାଲ ଏକ ସାମ୍ବିଧାନିକ ପଦରେ ରହିଛନ୍ତି । ତେଣୁ ସେ ଦେଶ ଛାଡ଼ି ପଳାୟନ କରିବାର ପ୍ରଶ୍ନ ଉଠୁନାହିଁ । ଏହାଛଡ଼ା ଆପ୍ ସୁପ୍ରିମୋଙ୍କ ବିରୋଧରେ ଅବକାରୀ ଘୋଟାଲାକୁ ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଭିଷେକ୍ ମନୁ ସଂଘବୀ କହିଛନ୍ତି ।  

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲେ । ପରେ ସମାନ କେସ୍‌ରେ ଇଡି ତାଙ୍କୁ ଗିରଫ କରିଛି । ଇଡି ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ୍ ମିଳିଥିବା ବେଳେ ଆଜି ସିବିଆଇ ମାମଲାରେ ଜାମିନ୍ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଆପ୍ ସୁପ୍ରିମୋଙ୍କୁ ଇଡି ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା । ପଚରାଉଚରା ପରେ ଏପ୍ରିଲ ପହିଲାରେ ତାଙ୍କୁ ତିହାର ଜେଲକୁ ପଠାଯାଇଥିଲା । ସୁପ୍ରିମକୋର୍ଟ ଆଜି ଜାମିନ୍ ପ୍ରଦାନ କଲେ ୧୪୮ ଦିନ ପରେ କେଜ୍ରିଓ୍ବାଲ ଜେଲରୁ ବାହାରିବେ ।...