ଏଲନ ମସ୍କଙ୍କ ଉପରେ ବର୍ଷିଲେ ଡୋନାଲ୍ଡ ଟ୍ରମ୍ପ , କହିଲେ –ତାଙ୍କ ସହ କଥା ହେବାକୁ ଇଚ୍ଛା ନାହିଁ

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହୋଇଛି। କେବେ ପରସ୍ପରକୁ ଖୁବ୍‌ ପ୍ରଶଂସା କରୁଥିବା ଟ୍ରମ୍ପ ଓ ମସ୍କ ଏବେ ଖୋଲାଖୋଲି ସୋସିଆଲ ମିଡ଼ିଆରେ ପରସ୍ପରକୁ ଆକ୍ରମଣ କରୁଛନ୍ତି। ଟ୍ରମ୍ପ ଏକ ସଦ୍ୟ ଇଣ୍ଟରଭ୍ୟୁରେ ମସ୍କଙ୍କୁ ନେଇ କହିଛନ୍ତି ଯେ , ତାଙ୍କର ମୁଣ୍ଡ ଖରାପ ହୋଇ ଯାଇଛି ଏବଂ ତାଙ୍କ ସହ କଥାବାର୍ତ୍ତା କରିବାକୁ ଇଚ୍ଛା ନାହିଁ। ଶୁକ୍ରବାର ସକାଳେ( ଆମେରିକୀୟ ସମାୟାନୁସାରେ) ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ କି, ମସ୍କ ତାଙ୍କ ସହ କଥା ହେବାକୁ ଚାହାନ୍ତି , କିନ୍ତୁ ସେ (ଟ୍ରମ୍ପ)କଥାବାର୍ତ୍ତା ପାଇଁ ପ୍ରସ୍ତୁତ ନୁହଁନ୍ତି।ଏବିସି ନ୍ୟୁଜ୍‌କୁ ଦେଇଥିବା ଟେଲିଫୋନିକ ଇଣ୍ଟରଭ୍ୟୁରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଯେବେ ମସ୍କଙ୍କ ସହ ସିଡ୍ୟୁଲ ହୋଇଥିବା ଏକ ବୈଠକକୁ ନେଇ ପ୍ରଶ୍ନ ପଚାରଗଲା ତ ସେ ଜବାବ ଦେଇଥିଲେ , ତୁମ ଅର୍ଥ ସେ ବ୍ୟକ୍ତି ଯିଏ ପାଗଳ ହୋଇ ଯାଇଛନ୍ତି ? ସେ କହିଛନ୍ତି ଯେ ,  ସେ ଏବେ ତାଙ୍କ ସହକଥା ହେବାକୁ ବିଶେଷ ଭାବେ ଇଚ୍ଛୁକ ନୁହଁନ୍ତି । ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଏକ ବିଲ୍‌କୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି। ଉଲ୍ଲେଖନୀୟ ଯେ, ୱାନ ବିଗ୍‌ ବ୍ୟୁଟିଫୁଲ୍‌ ବିଲ୍‌ ଆକ୍ଟର କାରଣରୁ ଏଲନ ମସ୍କ ଆମେରିକୀୟ ରାଷ୍ଟ୍ରପତିଙ୍କ ଉପରେ ରାଗି ଯାଇଛନ୍ତି।ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ , ମୁଁ ମସ୍କଙ୍କ ଉପ

ଏଲନ ମସ୍କଙ୍କ ଉପରେ ବର୍ଷିଲେ ଡୋନାଲ୍ଡ ଟ୍ରମ୍ପ , କହିଲେ –ତାଙ୍କ ସହ କଥା ହେବାକୁ ଇଚ୍ଛା ନାହିଁ

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହୋଇଛି। କେବେ ପରସ୍ପରକୁ ଖୁବ୍‌ ପ୍ରଶଂସା କରୁଥିବା ଟ୍ରମ୍ପ ଓ ମସ୍କ ଏବେ ଖୋଲାଖୋଲି ସୋସିଆଲ ମିଡ଼ିଆରେ ପରସ୍ପରକୁ ଆକ୍ରମଣ କରୁଛନ୍ତି। ଟ୍ରମ୍ପ ଏକ ସଦ୍ୟ ଇଣ୍ଟରଭ୍ୟୁରେ ମସ୍କଙ୍କୁ ନେଇ କହିଛନ୍ତି ଯେ , ତାଙ୍କର ମୁଣ୍ଡ ଖରାପ ହୋଇ ଯାଇଛି ଏବଂ ତାଙ୍କ ସହ କଥାବାର୍ତ୍ତା କରିବାକୁ ଇଚ୍ଛା ନାହିଁ। ଶୁକ୍ରବାର ସକାଳେ( ଆମେରିକୀୟ ସମାୟାନୁସାରେ) ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ କି, ମସ୍କ ତାଙ୍କ ସହ କଥା ହେବାକୁ ଚାହାନ୍ତି , କିନ୍ତୁ ସେ (ଟ୍ରମ୍ପ)କଥାବାର୍ତ୍ତା ପାଇଁ ପ୍ରସ୍ତୁତ ନୁହଁନ୍ତି।

ଏବିସି ନ୍ୟୁଜ୍‌କୁ ଦେଇଥିବା ଟେଲିଫୋନିକ ଇଣ୍ଟରଭ୍ୟୁରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଯେବେ ମସ୍କଙ୍କ ସହ ସିଡ୍ୟୁଲ ହୋଇଥିବା ଏକ ବୈଠକକୁ ନେଇ ପ୍ରଶ୍ନ ପଚାରଗଲା ତ ସେ ଜବାବ ଦେଇଥିଲେ , ତୁମ ଅର୍ଥ ସେ ବ୍ୟକ୍ତି ଯିଏ ପାଗଳ ହୋଇ ଯାଇଛନ୍ତି ? ସେ କହିଛନ୍ତି ଯେ ,  ସେ ଏବେ ତାଙ୍କ ସହକଥା ହେବାକୁ ବିଶେଷ ଭାବେ ଇଚ୍ଛୁକ ନୁହଁନ୍ତି । ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଏକ ବିଲ୍‌କୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି। ଉଲ୍ଲେଖନୀୟ ଯେ, ୱାନ ବିଗ୍‌ ବ୍ୟୁଟିଫୁଲ୍‌ ବିଲ୍‌ ଆକ୍ଟର କାରଣରୁ ଏଲନ ମସ୍କ ଆମେରିକୀୟ ରାଷ୍ଟ୍ରପତିଙ୍କ ଉପରେ ରାଗି ଯାଇଛନ୍ତି।

ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ , ମୁଁ ମସ୍କଙ୍କ ଉପରେ ବହୁତ ନିରାଶ ଅଛି। ମୁଁ ତାଙ୍କର ବହୁତ ସାହାଯ୍ୟ କରିଛି। ସେ ଦାବି କରିଛନ୍ତି ଯେ , ମସ୍କ ଇଭି ଟାକ୍ସ ଇନସେଟିଭ୍‌ ହଟାଇବାରେ ଇଚ୍ଛୁକ ନାହାନ୍ତି। ହେଲେ ମସ୍କ ମଧ୍ୟ ଖୋଲାଖୋଲି ପାଲଟା ଆକ୍ରମଣ କରୁଛନ୍ତି। ସୋସିଆଲ ମିଡ଼ିଆରେ ସେ ଦାବି କରିଛନ୍ତି ଯେ, ଏହି ବିଲ୍‌ ବିଷୟରେ ମୋତେ ଥରୁଟିଏ ବି କୁହାଯାଇ ନାହିଁ ଏବଂ ଏହା ଅଧା ରାତିରେ ପାସ୍‌ ହୋଇଛି।

ଟ୍ରମ୍ପ ଏଲନ ମସ୍କଙ୍କ ସରକାରୀ ଚୁକ୍ତିନାମା ଗୁଡ଼ିକର ହ୍ରାସ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଟ୍ରମ୍ପ ନିଜର ସୋସିଆଲ ମିଡ଼ିଆ ନେଟୱର୍କରେ ଲେଖିଛନ୍ତି, ଆମର ବଜେଟ୍‌ରେ, ବିଲିୟନ ବିଲିୟନ ଡଲାରର ସେଭ୍‌ କରିବାର ସବୁଠୁ ସହଜ ଉପାୟ ଏଲନଙ୍କର ସରକାରୀ ସବସିଡ୍‌ ଓ ଚୁକ୍ତିନାମା ଗୁଡ଼ିକୁ ବନ୍ଦ କରିବା। ମୁଁ ସର୍ବଦା ଭାବୁଥିଲି ଯେ, ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏମିତି କାହିଁକି କଲେ ନାହିଁ।

ଅନ୍ୟପଟେ, ମସ୍କ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ ଯାଏ ମହାକାଶ ଯାତ୍ରୀ ଓ ଅନ୍ୟ ବସ୍ତୁ ଗୁଡ଼ିକୁ ନେବାରେ ବ୍ୟବହାର କରାଯାଉ ଥିବା ମହାକାଶ କ୍ୟାପସୁଲର ସେବାକୁ ନିଲମ୍ୱିତ କରିବାକୁ ଧମକ ଦେଇଛନ୍ତି।