ଭାରତୀୟ ବ୍ୟାଙ୍କିଂ ସିଷ୍ଟମରେ ନଗଦ ସଂକଟ, ଲିକ୍ୱିଡିଟି ଡେଫିସିଟ୍ ୧.୫ ଟ୍ରିଲିୟନ ଟପିଲା
ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଂ ସିଷ୍ଟମ ନଗଦ ସଂକଟ ସାମନା କରୁଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ମୁଦ୍ରା ସ୍ଥିରତା ବଜାୟ ରଖିବା ଏବଂ କମ୍ପାନିଗୁଡ଼ିକର ଅଗ୍ରୀମ ଟିକସ ପୈଠ ଯୋଗୁଁ ଏହି ସଂକଟ ଆହୁରି ବଢିଛି । ସୋମବାର ଡିସେମ୍ୱର ୧୬ ସୁଦ୍ଧା ବ୍ୟାଙ୍କିଂ ସିଷ୍ଟମରେ ନଗଦ ନିଅଣ୍ଟ ୧.୫ ଟ୍ରିଲିୟନ ଟଙ୍କା (୧୭.୭ ବିଲିୟନ ଡଲାର) ଯାଏ ପହଞ୍ଚିଛି । ୨୦୨୪ ଜୁନ୍ ୨୪ ପରେ ଏହା ହେଉଛି ନଗଦ ନିଅଣ୍ଟର ସର୍ବୋଚ୍ଚ ସ୍ତର ।ବିଶେଷଜ୍ଞଙ୍କ ମତରେ ନଗଦ ନିଅଣ୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପରିଣାମ । ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କ ଲିମିଟେଡର ରିପୋର୍ଟ ଅନୁସାରେ ଆରବିଆଇ ଅକ୍ଟୋବର ୨୦୨୪ରୁ ଡଲାରରୁ ନେଟ୍ ବିକ୍ରି ଆରମ୍ଭ କରିଥିଲା । ଯେଉଁଥି ପାଇଁ ନଗଦ ଉପଲବ୍ଧ ଉପରେ ଚାପ ପଡ଼ିଥିଲା । ଆରବିଆଇର ଏହି ପଦକ୍ଷେପ ଭାରତୀୟ ମୁଦ୍ରାକୁ ସ୍ଥିର ରଖିବା ପାଇଁ ନିଆଯାଇଥିଲା । ମଙ୍ଗଳବାର ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଡଲାର ପିଛା ୮୪.୯୩୩୭ ଟଙ୍କାର ରେକର୍ଡ ନିମ୍ନ ସ୍ତରକୁ ଖସି ଆସିଛି ।ଏହା ବ୍ୟତୀତ କମ୍ପାନିଗୁଡ଼ିକର ତ୍ରୈମାସ ଆଡଭାନ୍ସ ଟ୍ୟାକ୍ସ ପେମେଣ୍ଟ ବ୍ୟାଙ୍କିଂ ସିଷ୍ଟମରୁ ୧.୪ ଟ୍ରିଲିୟନ ଟଙ୍କାର ଲିକ୍ୱିଡିଟି ଶେଷ କରିଛି । ପାର୍ବଣରେ ଚାହିଦା ଅଧିକ ଯୋଗୁଁ ବ୍ୟାଙ୍କଗୁଡ଼ିକରୁ ନଗଦ ଡିମାଣ୍ଡରେ ସାମାନ୍ୟ ବୃଦ୍ଧି ମଧ୍ୟ ଲିକ୍ୱିଡିଟିର ସଂକଟକୁ ଅଧିକ ବଡ଼ କରିଛି ।ବ୍ୟାଙ୍କିଂ ପ୍ରଣାଳୀରେ ନଗଦ ସଂକଟ ଇଣ୍ଟରବ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଂ ସିଷ୍ଟମ ନଗଦ ସଂକଟ ସାମନା କରୁଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ମୁଦ୍ରା ସ୍ଥିରତା ବଜାୟ ରଖିବା ଏବଂ କମ୍ପାନିଗୁଡ଼ିକର ଅଗ୍ରୀମ ଟିକସ ପୈଠ ଯୋଗୁଁ ଏହି ସଂକଟ ଆହୁରି ବଢିଛି । ସୋମବାର ଡିସେମ୍ୱର ୧୬ ସୁଦ୍ଧା ବ୍ୟାଙ୍କିଂ ସିଷ୍ଟମରେ ନଗଦ ନିଅଣ୍ଟ ୧.୫ ଟ୍ରିଲିୟନ ଟଙ୍କା (୧୭.୭ ବିଲିୟନ ଡଲାର) ଯାଏ ପହଞ୍ଚିଛି । ୨୦୨୪ ଜୁନ୍ ୨୪ ପରେ ଏହା ହେଉଛି ନଗଦ ନିଅଣ୍ଟର ସର୍ବୋଚ୍ଚ ସ୍ତର ।
ବିଶେଷଜ୍ଞଙ୍କ ମତରେ ନଗଦ ନିଅଣ୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପରିଣାମ । ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କ ଲିମିଟେଡର ରିପୋର୍ଟ ଅନୁସାରେ ଆରବିଆଇ ଅକ୍ଟୋବର ୨୦୨୪ରୁ ଡଲାରରୁ ନେଟ୍ ବିକ୍ରି ଆରମ୍ଭ କରିଥିଲା । ଯେଉଁଥି ପାଇଁ ନଗଦ ଉପଲବ୍ଧ ଉପରେ ଚାପ ପଡ଼ିଥିଲା । ଆରବିଆଇର ଏହି ପଦକ୍ଷେପ ଭାରତୀୟ ମୁଦ୍ରାକୁ ସ୍ଥିର ରଖିବା ପାଇଁ ନିଆଯାଇଥିଲା । ମଙ୍ଗଳବାର ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଡଲାର ପିଛା ୮୪.୯୩୩୭ ଟଙ୍କାର ରେକର୍ଡ ନିମ୍ନ ସ୍ତରକୁ ଖସି ଆସିଛି ।
ଏହା ବ୍ୟତୀତ କମ୍ପାନିଗୁଡ଼ିକର ତ୍ରୈମାସ ଆଡଭାନ୍ସ ଟ୍ୟାକ୍ସ ପେମେଣ୍ଟ ବ୍ୟାଙ୍କିଂ ସିଷ୍ଟମରୁ ୧.୪ ଟ୍ରିଲିୟନ ଟଙ୍କାର ଲିକ୍ୱିଡିଟି ଶେଷ କରିଛି । ପାର୍ବଣରେ ଚାହିଦା ଅଧିକ ଯୋଗୁଁ ବ୍ୟାଙ୍କଗୁଡ଼ିକରୁ ନଗଦ ଡିମାଣ୍ଡରେ ସାମାନ୍ୟ ବୃଦ୍ଧି ମଧ୍ୟ ଲିକ୍ୱିଡିଟିର ସଂକଟକୁ ଅଧିକ ବଡ଼ କରିଛି ।
ବ୍ୟାଙ୍କିଂ ପ୍ରଣାଳୀରେ ନଗଦ ସଂକଟ ଇଣ୍ଟରବ୍ୟାଙ୍କ ଡବ୍ଲୁଏସିଆର(Weighted Average Call Rate)କୁ ପ୍ରଭାବିତ କରିଛି । ଯାହା ବେଞ୍ଚ ମାର୍କ ରେପୋ ରେଟ୍ ୬.୫୦%ରୁ ୩୫ ବେସ୍ ପଏଣ୍ଟ ଉପରେ ରହିଛି । ଏହି ବୃଦ୍ଧି ରାତାରାତି ଋଣ ନେବାକୁ ଦର୍ଶାଉଛି । ବଢୁଥିବା ବାଣିଜ୍ୟିକ ନିଅଣ୍ଟ ଏବଂ ମଜଭୁତ ଡଲାର ଯୋଗୁଁ ଭାରତୀୟ ମୁଦ୍ରା ଉପରେ ଚାପ ବଢୁଛି । ଆରବିଆଇ ଭାରତୀୟ ମୁଦ୍ରାକୁ ସ୍ଥିର ରଖିବା ପାଇଁ ମୁଦ୍ରା ବଜାରରେ ହସ୍ତକ୍ଷେପ କରିଛି, କିନ୍ତୁ ତାହା ନଗଦ ସଂକଟକୁ ଅଧିକ ବଡ଼ କରିଛି ।