ବଲ୍‌ ଆଣିବାକୁ କେନାଲରେ ପଶିଗଲେ, ଚାଲିଗଲା ୩ ନାବାଳକଙ୍କ ଜୀବନ

ବାରିପଦା ୧୯।୧୦: କେନାଲରେ ବୁଡ଼ି ତିନି ନାବାଳକଙ୍କ ମୃତ୍ୟୁ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ବୁଡିଗଲେ ୩ ନାବାଳିକ । କେନାଲରୁ ଉଦ୍ଧାର କରି ଶିର୍ଷା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ନାବାଳକ ମାନେ ହେଲେ ସାରସକଣା ଗ୍ରାମର ରିତିକ ସାହୁ, ଜିତ ସାହୁ ଏବଂ ରିତୁ ସାହୁ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟା ସମୟରେ ଖେଳୁଥିବା ବେଳେ ବଲ୍‌ଟି କେନାଲ ପାଣିରେ ପଡିଯାଇଥିଲା । ବଲ୍‌ଟିକୁ ଆଣିବାକୁ ତିନି ଜଣକେନାଲରେ ପସିଯାଇଥିଲେ । କିନ୍ତୁ ଆଉ ପାଣିରୁ ବାହାରି ପାରି ନଥିଲେ । ଖବର ପାଇ ସାରସକଣା ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲା । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ୩ ନାବାଳକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । You Can Read:ଆରଆଇ, ଅମିନ ପରୀକ୍ଷା ଅନିୟମିତତା ପ୍ରସଙ୍ଗ : ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଶତାଧିକ ପରୀକ୍ଷାର୍ଥୀ 

ବଲ୍‌ ଆଣିବାକୁ କେନାଲରେ ପଶିଗଲେ, ଚାଲିଗଲା ୩ ନାବାଳକଙ୍କ ଜୀବନ

ବାରିପଦା ୧୯।୧୦: କେନାଲରେ ବୁଡ଼ି ତିନି ନାବାଳକଙ୍କ ମୃତ୍ୟୁ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ବୁଡିଗଲେ ୩ ନାବାଳିକ । କେନାଲରୁ ଉଦ୍ଧାର କରି ଶିର୍ଷା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ନାବାଳକ ମାନେ ହେଲେ ସାରସକଣା ଗ୍ରାମର ରିତିକ ସାହୁ, ଜିତ ସାହୁ ଏବଂ ରିତୁ ସାହୁ ବୋଲି ସୂଚନା ମିଳିଛି । 

ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟା ସମୟରେ ଖେଳୁଥିବା ବେଳେ ବଲ୍‌ଟି କେନାଲ ପାଣିରେ ପଡିଯାଇଥିଲା । ବଲ୍‌ଟିକୁ ଆଣିବାକୁ ତିନି ଜଣକେନାଲରେ ପସିଯାଇଥିଲେ । କିନ୍ତୁ ଆଉ ପାଣିରୁ ବାହାରି ପାରି ନଥିଲେ । ଖବର ପାଇ ସାରସକଣା ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲା । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ୩ ନାବାଳକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

You Can Read:

ଆରଆଇ, ଅମିନ ପରୀକ୍ଷା ଅନିୟମିତତା ପ୍ରସଙ୍ଗ : ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଶତାଧିକ ପରୀକ୍ଷାର୍ଥୀ