ପାଟ୍ରୋଲିଂ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ : ୩୭ ଗ୍ରାମ୍ ଧଳାଜହର ଜବତ, ୨ ଗିରଫ

ଭଦ୍ରକ ୧୩।୫: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ପୋଲିସ ବ୍ରାଉନସୁଗାର କାରବାରରେ ଲିପ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଏହାସହ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ ।  ପୁରୁଣାବଜାର ଥାନାର ଏକ ସ୍ଵତନ୍ତ୍ର ଟିନ୍ ଦିନରେ ପାଟ୍ରୋଲିଂ କରୁଥିବା ବେଳେ ନିର୍ଦିଷ୍ଟ ସୂତ୍ରରୁ ଖବର ପାଇ  ସହିଦାବାଦ ପୋଲ ଉପରେ ଗାଡି ଯାଞ୍ଚ ଆରମ୍ଭ କରିଥିଲା । ଏକ ମଟର ସାଇକେଲ ଯୋଗେ ଦୁଇ ଜଣ ଯୁବକ ଶଙ୍କରପୁର ଅଞ୍ଚଳକୁ ଫେରୁଥିବା ବେଳେ ତାଙ୍କୁ ସନ୍ଦେହରେ ପୋଲିସ ଅଟକାଇଥିଲା । ତାଙ୍କ ନିକଟରୁ ୩୭ ଗ୍ରାମ ବ୍ରାଉନସୁଗାର ମିଳିଥିଲା । ଗିରଫ ଦୁଇ ଯୁବକ ଶଙ୍କରପୁର ଅଞ୍ଚଳର ଫରଜାନ ସାହା ଓ ଏସ୍‌.କେ. ଦୟାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଏକ ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନ୍ ପୋଲିସ   ଜବତ କରିଥିବା  ଅତିରିକ୍ତ ଏସ୍‌ପି ସମ୍ବିତ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ସେଥିନେଇ ତଦନ୍ତ ଚାଲିଛି ।You Can Read:ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା-ରୁପା ଅଳଙ୍କାର, ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ  

ପାଟ୍ରୋଲିଂ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ : ୩୭ ଗ୍ରାମ୍ ଧଳାଜହର ଜବତ, ୨ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ପୋଲିସ ବ୍ରାଉନସୁଗାର କାରବାରରେ ଲିପ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଏହାସହ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ ।  

ପୁରୁଣାବଜାର ଥାନାର ଏକ ସ୍ଵତନ୍ତ୍ର ଟିନ୍ ଦିନରେ ପାଟ୍ରୋଲିଂ କରୁଥିବା ବେଳେ ନିର୍ଦିଷ୍ଟ ସୂତ୍ରରୁ ଖବର ପାଇ  ସହିଦାବାଦ ପୋଲ ଉପରେ ଗାଡି ଯାଞ୍ଚ ଆରମ୍ଭ କରିଥିଲା । ଏକ ମଟର ସାଇକେଲ ଯୋଗେ ଦୁଇ ଜଣ ଯୁବକ ଶଙ୍କରପୁର ଅଞ୍ଚଳକୁ ଫେରୁଥିବା ବେଳେ ତାଙ୍କୁ ସନ୍ଦେହରେ ପୋଲିସ ଅଟକାଇଥିଲା । ତାଙ୍କ ନିକଟରୁ ୩୭ ଗ୍ରାମ ବ୍ରାଉନସୁଗାର ମିଳିଥିଲା । ଗିରଫ ଦୁଇ ଯୁବକ ଶଙ୍କରପୁର ଅଞ୍ଚଳର ଫରଜାନ ସାହା ଓ ଏସ୍‌.କେ. ଦୟାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଏକ ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନ୍ ପୋଲିସ   ଜବତ କରିଥିବା  ଅତିରିକ୍ତ ଏସ୍‌ପି ସମ୍ବିତ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ସେଥିନେଇ ତଦନ୍ତ ଚାଲିଛି ।

You Can Read:

ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା-ରୁପା ଅଳଙ୍କାର, ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ