IPL: ସୁପର ଓଭର ଲାଗି ଆସିଲା ଗାଇଡ୍ଲାଇନ
ମୁମ୍ବାଇ,୨୨ା୩: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ କୌଣସି ମ୍ୟାଚ୍ ଟାଏ ହେଲେ ସୀମିତ ସଂଖ୍ୟକ ସୁପର ଓଭର ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ପ୍ରକୃତ ମ୍ୟାଚ ଶେଷ ହେବାର ଏକ ଘଣ୍ଟା ମଧ୍ୟରେ ସୁପର ଓଭର ପର୍ଯ୍ୟାୟକୁ ଶେଷ କରିବାକୁ କୁହାଯାଇଛି। ଏଥିସହିତ ସୁପର ଓଭରରେ ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏଁ ଡିଆର୍ଏସ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ପ୍ରକୃତ ମ୍ୟାଚ ଶେଷ ହେବାର ଏକ ଘଣ୍ଟା ମଧ୍ୟରେ ବିଜେତା ନିର୍ଣ୍ଣୟ […] The post IPL: ସୁପର ଓଭର ଲାଗି ଆସିଲା ଗାଇଡ୍ଲାଇନ appeared first on Dharitri Odia News.
ମୁମ୍ବାଇ,୨୨ା୩: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ କୌଣସି ମ୍ୟାଚ୍ ଟାଏ ହେଲେ ସୀମିତ ସଂଖ୍ୟକ ସୁପର ଓଭର ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ପ୍ରକୃତ ମ୍ୟାଚ ଶେଷ ହେବାର ଏକ ଘଣ୍ଟା ମଧ୍ୟରେ ସୁପର ଓଭର ପର୍ଯ୍ୟାୟକୁ ଶେଷ କରିବାକୁ କୁହାଯାଇଛି।
ଏଥିସହିତ ସୁପର ଓଭରରେ ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏଁ ଡିଆର୍ଏସ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ପ୍ରକୃତ ମ୍ୟାଚ ଶେଷ ହେବାର ଏକ ଘଣ୍ଟା ମଧ୍ୟରେ ବିଜେତା ନିର୍ଣ୍ଣୟ କରିବା ଲାଗି ସୁପର ଓଭର ଖେଳାଯାଇପାରିବ। ପ୍ରଥମ ସୁପର ଓଭର ପ୍ରକୃତ ମ୍ୟାଚ ଶେଷ ହେବାର ୧୦ ମିନିଟ ମଧ୍ୟରେ ଆରମ୍ଭ ହେବ।
ଯଦି ପ୍ରଥମ ସୁପର ଓଭର ଟାଏ ରହେ, ତେବେ ୫ ମିନିଟ୍ ମଧ୍ୟରେ ପରବର୍ତ୍ତୀ ସୁପର ଓଭର ଖେଳାଯିବ। କେଉଁଟା ଅନ୍ତିମ ଓଭର ହେବ, ତାହା ମ୍ୟାଚ ରେଫରୀ ଉଭୟ ଦଳର ଅଧିନାୟକଙ୍କୁ ଜଣାଇବେ।
ମ୍ୟାଚରେ ଖେଳାଳିଙ୍କୁ ମିଳିଥିବା ଚେତାବନୀ ଓ ନିର୍ଦ୍ଧାରିତ ସମୟ ଲାଗି ଫିଲ୍ଡରୁ ଦୂରେଇ ରହିବାକୁ ଦିଆଯାଇଥିବା ନିର୍ଦ୍ଦେଶ ସୁପର ଓଭରରେ ମଧ୍ୟ ଜାରି ରହିବ। ଯଦି ଦରକାର ପଡ଼େ, ସମୟ କଟକଣା ସମ୍ପର୍କରେ ମ୍ୟାଚ୍ ରେଫରୀ ଅଧିନାୟକଙ୍କୁ ଜଣାଇବେ ବୋଲି ବିସିସିଆଇ ପକ୍ଷରୁ ସମସ୍ତ ଫ୍ରାଞ୍ଚାଇଜକୁ ଅବଗତ କରାଯାଇଛି।
The post IPL: ସୁପର ଓଭର ଲାଗି ଆସିଲା ଗାଇଡ୍ଲାଇନ appeared first on Dharitri Odia News.