୨୦୨୬ ଫେବୃଆରୀରେ ସରିବ ସମଲେଶ୍ୱରୀ ପ୍ରକଳ୍ପ: ମନ୍ତ୍ରୀ

ସମ୍ବଲପୁର,୬ା୪(ପ୍ରମୋଦ ବହିଦାର): ସମ୍ବଲପୁର ସମଲେଶ୍ୱରୀ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାମ ୨୦୨୬ ଫେବୃଆରୀ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ୨୦୨୫ ଅଗଷ୍ଟ ସୁଦ୍ଧା ଏହାର ଲୋକାର୍ପଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଜମି ଅଧିଗ୍ରହଣ ସମସ୍ୟା ପାଇଁ ସମ୍ପୂର୍ଣ୍ଣ ହେବା ବିଳମ୍ବ ହୋଇଥିଲା। ବର୍ତ୍ତମାନ ଏହି ସମସ୍ୟା ଦୂର ହୋଇଛି ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ଏକ […] The post ୨୦୨୬ ଫେବୃଆରୀରେ ସରିବ ସମଲେଶ୍ୱରୀ ପ୍ରକଳ୍ପ: ମନ୍ତ୍ରୀ appeared first on Dharitri Odia News.

୨୦୨୬ ଫେବୃଆରୀରେ ସରିବ ସମଲେଶ୍ୱରୀ ପ୍ରକଳ୍ପ: ମନ୍ତ୍ରୀ

ସମ୍ବଲପୁର,୬ା୪(ପ୍ରମୋଦ ବହିଦାର): ସମ୍ବଲପୁର ସମଲେଶ୍ୱରୀ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାମ ୨୦୨୬ ଫେବୃଆରୀ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ୨୦୨୫ ଅଗଷ୍ଟ ସୁଦ୍ଧା ଏହାର ଲୋକାର୍ପଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଜମି ଅଧିଗ୍ରହଣ ସମସ୍ୟା ପାଇଁ ସମ୍ପୂର୍ଣ୍ଣ ହେବା ବିଳମ୍ବ ହୋଇଥିଲା। ବର୍ତ୍ତମାନ ଏହି ସମସ୍ୟା ଦୂର ହୋଇଛି ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେବା ପରେ ମନ୍ତ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବଲପୁର ସହରର ସୌନ୍ଦର୍ଯ୍ୟକରଣ, ସମଲେଇ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ, ବୁର୍ଲାର ରିଂରୋଡ ପ୍ରକଳ୍ପ ସହିତ ସମ୍ବଲପୁରର ପରିବର୍ଦ୍ଧିତ ରିଂରୋଡ଼ ଆଦି ମୋଟ ୮ଟି ବଡ଼ ଯୋଜନା ଉପରେ ଆଲୋଚନା ହୋଇ ଏଗୁଡ଼ିକୁ ଚୂଡ଼ାନ୍ତ କରାଯାଇଛି।

ବିଶେଷକରି ଜାତୀୟ ରାଜପଥ ପ୍ରାଧିକରଣ ଓ ପୂର୍ତ୍ତ ବିଭାଗ ଅଧୀନରେ ହେବାକୁ ଥିବା ପ୍ରସ୍ତାବିତ ସମ୍ବଲପୁରର ପରିବର୍ଦ୍ଧିତ ରିଂରୋଡ ପ୍ରକଳ୍ପକୁ ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଅଲୋଚନା ହୋଇଥିଲା। ଆଗାମୀ ୫୦ବର୍ଷର ପାଇଁ କ୍ରମବର୍ଦ୍ଧିଷ୍ଣୁ ସମ୍ବଲପୁର ସହର ଓ ଏହାର ବାଣିଜି୍ୟକ ପୃଷ୍ଠଭୂମିର ବିକାଶକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ବିଶେଷ ଗୁରତ୍ୱ ଦିଆଯାଇଛି।

ସମ୍ବଲପୁର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବିଧାୟକ ଜୟନାରାୟଣ ମିଶ୍ର, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ୍‌, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌ପି ମୁକେଶ କୁମାର ଭାମୁ, ମହାନଗର ନିଗମ ଆୟୁକ୍ତ ବେଦଭୂଷଣଙ୍କ ସମେତ ଏମ୍‌ସିଏଲ୍‌, ହିଣ୍ଡାଲ୍‌କୋ, ଜେଏସ୍‌ଡବ୍ଲ୍ୟୁ-ବିପିଏସ୍‌ଏଲ୍‌, ଏନ୍‌ଏଲ୍‌ସି, ଜାତୀୟ ରଜାପଥ ପ୍ରାଧିକରଣ, ପୂର୍ତ୍ତ , ଜଳସମ୍ପଦ ବିଭାଗ ଆଦି ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ଯାନ୍ତ୍ରିକ ବିଭାଗ ଅଧିକାରୀ ଯୋଗ ଦେଇଥିଲେ।

The post ୨୦୨୬ ଫେବୃଆରୀରେ ସରିବ ସମଲେଶ୍ୱରୀ ପ୍ରକଳ୍ପ: ମନ୍ତ୍ରୀ appeared first on Dharitri Odia News.