ଅଫିମ ଫସଲ ନଷ୍ଟ କଲେ ସୁରକ୍ଷାକର୍ମୀ
ରାଉରକେଲା,୨୭ା୨(ସଙ୍ଗୀତା ଜେନା): ଝାଡଖଣ୍ଡ ଓ ଓଡ଼ିଶା ସୀମାନ୍ତରେ ମାଓବାଦୀ ସମସ୍ୟା ବ୍ୟତୀତ ନିଶା କାରବାର ବୃଦ୍ଧି ହେବାରେ ଲାଗିଛି। ଅଫିମ ଓ ଅନ୍ୟ ନିଶାଚାଲାଣ ପାଇଁ ଏହାକୁ ଅଧିକ ପରିମାଣରେ ଚାଷ ମଧ୍ୟ କରାଯାଉଛି। ବଣପାହାଡ ଘେରା ସୀମାନ୍ତ ଅଞ୍ଚଳରେ ଏକର ଏକର ଜମିରେ ଅଫିମ ଚାଷ କରାଯାଉଛି। ଏହାକୁ ଆୟତ୍ତ କରିବା ପାଇଁ ସୁରକ୍ଷାବଳ ପକ୍ଷରୁ ଠାବ କରାଯାଇ ଫସଲ ନଷ୍ଟ କରାଯାଉଛି। ଏହି କ୍ରମରେ ଗୁରୁବାର ସୁରକ୍ଷା କର୍ମୀଙ୍କ ଦ୍ୱାରା ଠାବ କରାଯାଇଥିବା ବନ୍ଦଗାଁରେ […] The post ଅଫିମ ଫସଲ ନଷ୍ଟ କଲେ ସୁରକ୍ଷାକର୍ମୀ appeared first on Dharitri Odia News.
ରାଉରକେଲା,୨୭ା୨(ସଙ୍ଗୀତା ଜେନା): ଝାଡଖଣ୍ଡ ଓ ଓଡ଼ିଶା ସୀମାନ୍ତରେ ମାଓବାଦୀ ସମସ୍ୟା ବ୍ୟତୀତ ନିଶା କାରବାର ବୃଦ୍ଧି ହେବାରେ ଲାଗିଛି। ଅଫିମ ଓ ଅନ୍ୟ ନିଶାଚାଲାଣ ପାଇଁ ଏହାକୁ ଅଧିକ ପରିମାଣରେ ଚାଷ ମଧ୍ୟ କରାଯାଉଛି। ବଣପାହାଡ ଘେରା ସୀମାନ୍ତ ଅଞ୍ଚଳରେ ଏକର ଏକର ଜମିରେ ଅଫିମ ଚାଷ କରାଯାଉଛି। ଏହାକୁ ଆୟତ୍ତ କରିବା ପାଇଁ ସୁରକ୍ଷାବଳ ପକ୍ଷରୁ ଠାବ କରାଯାଇ ଫସଲ ନଷ୍ଟ କରାଯାଉଛି।
ଏହି କ୍ରମରେ ଗୁରୁବାର ସୁରକ୍ଷା କର୍ମୀଙ୍କ ଦ୍ୱାରା ଠାବ କରାଯାଇଥିବା ବନ୍ଦଗାଁରେ ୮ ଏକର, ଟେବୋ ଥାନାରେ ୩ ଏକର ଜମିରେ ଅଫିମ ନଷ୍ଟ କରାଯାଇଛି। ଏପରି ଚାଷରୁ ନିବୃତ ରହିବାକୁ ନିବେଦନ କରାଯାଇଛି। ବ୍ୟାପକ ଅଫିମ ଓ ଅନ୍ୟ ନିଶାଦ୍ରବ୍ୟ ଅମଳ କିମ୍ବା ପରିବହନ କରି ଓଡ଼ିଶାରେ ଚାଲାଣ କରାଯାଉଛି। ଏହି ବେଆଇନ କାର୍ଯ୍ୟରେ ଉଭୟ ରାଜ୍ୟରେ ର଼୍ୟାକେଟ ସକ୍ରିୟ ଥିବା ସନ୍ଦେହ କରାଯାଉଛି।
The post ଅଫିମ ଫସଲ ନଷ୍ଟ କଲେ ସୁରକ୍ଷାକର୍ମୀ appeared first on Dharitri Odia News.