ପରିସ୍ରା କରିବାକୁ ଉଠିଥିବାବେଳେ ମହିଳାଙ୍କୁ ଦୁର୍ବୃତ୍ତଙ୍କ ଛୁରାମାଡ଼
ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଛୁରାମାଡ଼ ହୋଇଥିଲା ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମହିଳା ଜଣଙ୍କ ରାମଚନ୍ଦ୍ରପୁର ଗ୍ରାମର କନ୍ଧ ତରେଇଙ୍କ ସ୍ତ୍ରୀ ଗେଲି ତରେଇ (୫୦)ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗେଲି ପରିସ୍ରା କରିବା ପାଇଁ ଘର ବାହାରକୁ ବାହାରିବା ସମୟରେ […] The post ପରିସ୍ରା କରିବାକୁ ଉଠିଥିବାବେଳେ ମହିଳାଙ୍କୁ ଦୁର୍ବୃତ୍ତଙ୍କ ଛୁରାମାଡ଼ appeared first on Dharitri Odia News.
ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଛୁରାମାଡ଼ ହୋଇଥିଲା ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମହିଳା ଜଣଙ୍କ ରାମଚନ୍ଦ୍ରପୁର ଗ୍ରାମର କନ୍ଧ ତରେଇଙ୍କ ସ୍ତ୍ରୀ ଗେଲି ତରେଇ (୫୦)ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗେଲି ପରିସ୍ରା କରିବା ପାଇଁ ଘର ବାହାରକୁ ବାହାରିବା ସମୟରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ହଠାତ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଯାହା ଫଳରେ ଗେଲିଙ୍କ ଦୁଇ ହାତ ସହ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଗେଲିଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ବର୍ତ୍ତମାନ ସେଠାରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ।
The post ପରିସ୍ରା କରିବାକୁ ଉଠିଥିବାବେଳେ ମହିଳାଙ୍କୁ ଦୁର୍ବୃତ୍ତଙ୍କ ଛୁରାମାଡ଼ appeared first on Dharitri Odia News.