ବଡ଼ବାପାଙ୍କ ଶୁଦ୍ଧିକ୍ରିୟାରେ ଅଘଟଣ: ମଝିଆ ଭଉଣୀଙ୍କୁ ଛୁରି ଭୂଷି ହତ୍ୟା କଲେ ଭଉଣୀଭାଇ
କୁଚିଣ୍ଡା,୧୮ା୫(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝାପଡା ଗୁଣ୍ଡିଚାମନ୍ଦିର ସମ୍ମୁଖରେ ବଡ଼ ବାପାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ ଜମିବାଡି ବିବାଦକୁ ନେଇ ବଡ଼ ଭଉଣୀ ଓ ସାନ ଭାଇ ମିଶି ମଝିଆଁ ଭଉଣୀଙ୍କୁ ଛୁରି ଭୂସି ହତ୍ୟା କରିଛନ୍ତି। ମୃତା ମଝିଆ ଭଉଣୀ ହେଲେ ମହୁଲପାଲି ଥାନା ସୋଲବଗାରେ ବିବାହ କରିଥିବା ଲୀନା ସାହୁ (୪୦)। ଅଭିଯୁକ୍ତ ବଡ଼ ଭଉଣୀ ପୁଷ୍ପାଞ୍ଜଳି ସାହୁ( ୪୫) ଏବଂ ସାନ ଭାଇ ଗୋଲକ ସାହୁ(୩୦)ଙ୍କୁ ପୋଲିସ […] The post ବଡ଼ବାପାଙ୍କ ଶୁଦ୍ଧିକ୍ରିୟାରେ ଅଘଟଣ: ମଝିଆ ଭଉଣୀଙ୍କୁ ଛୁରି ଭୂଷି ହତ୍ୟା କଲେ ଭଉଣୀଭାଇ appeared first on Dharitri Odia News.
କୁଚିଣ୍ଡା,୧୮ା୫(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝାପଡା ଗୁଣ୍ଡିଚାମନ୍ଦିର ସମ୍ମୁଖରେ ବଡ଼ ବାପାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ ଜମିବାଡି ବିବାଦକୁ ନେଇ ବଡ଼ ଭଉଣୀ ଓ ସାନ ଭାଇ ମିଶି ମଝିଆଁ ଭଉଣୀଙ୍କୁ ଛୁରି ଭୂସି ହତ୍ୟା କରିଛନ୍ତି। ମୃତା ମଝିଆ ଭଉଣୀ ହେଲେ ମହୁଲପାଲି ଥାନା ସୋଲବଗାରେ ବିବାହ କରିଥିବା ଲୀନା ସାହୁ (୪୦)। ଅଭିଯୁକ୍ତ ବଡ଼ ଭଉଣୀ ପୁଷ୍ପାଞ୍ଜଳି ସାହୁ( ୪୫) ଏବଂ ସାନ ଭାଇ ଗୋଲକ ସାହୁ(୩୦)ଙ୍କୁ ପୋଲିସ ଗିରଫ କରି କୁଚିଣ୍ଡା ଏସଡିଜେମ୍ କୋର୍ଟକୁ ଚାଲାଣ କରିଛି।
ଘଟଣାସ୍ଥଳରେ ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର ବେହେରା, କୁଚିଣ୍ଡା ଏସ୍ଡିପିଓ ପ୍ରଦୀପ କୁମାର ଦାସ ଓ ସମ୍ବଲପୁରର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି। ମୃତକଙ୍କ ବଡ଼ବାପା ପୁଅ ପ୍ରଭୁଦତ୍ତ ସାହୁ ଓରଫ ଅରକ୍ଷିତଙ୍କ ରିପୋର୍ଟ କ୍ରମେ ପୋଲିସ ଗୋବିନ୍ଦପୁର ଥାନାରେ ଦଫା ୧୦୩(୧)/୩(୫)ବିଏନଏସ (ନଂ.୬୭/୨୫)ମାମଲା ରୁଜୁ କରି ମୃତଦେହ ଜବତ କରି ଗୋବିନ୍ଦପୁର ମେଡିକାଲରେ ବ୍ୟବଚ୍ଛେଦ କରାଇଛି।
ସୂଚନା ଅନୁଯାୟୀ, ବାମରା ଗୋବିନ୍ଦପୁରର ବିନୋଦ ସାହୁଙ୍କ ୨ ଝିଅ ଏବଂ ଗୋଟିଏ ପୁଅ। ବଡ଼ ଝିଅ ଓ ପୁଅ ଅବିବାହିତ ଥିବା ବେଳେ ମୃତା ମଝିଆ ଝିଅ ଲୀନା କେଶାଇବାହାଲ ନିକଟସ୍ଥ ସୋଲବଗାରେ ବିବାହ କରିଛନ୍ତି। ହେଲେ କୌଣସି କାରଣରୁ ଲୀନା ବାପଘରେ ରହୁଥିଲେ। ସେ ସମ୍ବଲପୁରର ଏକ ଜୁଏଲେରି ଦୋକାନରେ ଚାକିରି କରି ସେଠାରେ ରହୁଥିଲେ।
ପରେ ବାପାଙ୍କ ଜମିବାଡି ସମ୍ପତ୍ତିରୁ ଭାଗ ସେ ମାଗିଥିଲେ। ବଡ଼ ଭଉଣୀ ପୁଷ୍ପାଞ୍ଜଳି ଓ ସାନପୁଅ ଗୋଲକ ଅବିବାହିତ ଥିବାରୁ ଭାଗବଣ୍ଟା ନେଇ ଭାଇ ଭଉଣୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏନେଇ ଲୀନା କୁଚିଣ୍ଡା କୋର୍ଟରେ ସମ୍ପତ୍ତି ଭାଗ ପାଇଁ କେସ୍ କରିଛନ୍ତି ଏବଂ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏହାକୁ ନେଇ ଲୀନା ସହ ହତ୍ୟାକାରୀ ଭଉଣୀ ଓ ଭାଇଙ୍କ ମଧ୍ୟରେ ଶତ୍ରୁତା ବଢିଚାଲିଥିଲା। ଅରକ୍ଷିତଙ୍କ ବାପାଙ୍କ ରବିବାର ଶୁଦ୍ଧିକ୍ରିୟା ଚାଲିଥିଲା। ଲୀନା ବଡବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ। ତାଙ୍କୁ ଦେଖି ପୂର୍ବାହ୍ନ ପ୍ରାୟ ୧୧ଟା ୧୦ରେ ଗୋଲକ ଓ ପୁଷ୍ପାଞ୍ଜଳୀ ତାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଲୀନା ସଂଜ୍ଞାହୀନ ହୋଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ। ଶୁଦ୍ଧିକ୍ରିୟାରେ ଉପସ୍ଥିତ ବନ୍ଧୁ ବାନ୍ଧବ ଏହାଦେଖି ତୁରନ୍ତ ଗୋବିନ୍ଦପୁର ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
The post ବଡ଼ବାପାଙ୍କ ଶୁଦ୍ଧିକ୍ରିୟାରେ ଅଘଟଣ: ମଝିଆ ଭଉଣୀଙ୍କୁ ଛୁରି ଭୂଷି ହତ୍ୟା କଲେ ଭଉଣୀଭାଇ appeared first on Dharitri Odia News.