ଗୁଗୁଲ ମ୍ୟାପ ଦ୍ୱାରା ଫେରି ପାଇଲେ ଚୋରି ହୋଇଯାଇଥିବା ଫୋନ
ଚେନ୍ନାଇ,୮।୨: ଫୋନ ଚୋରି ହୋଇଗଲେ କିମ୍ବା ହଜିଗଲେ ମିଳିବା କଷ୍ଟକର ହୋଇପଡେ। ଫୋନ ସ୍ବିଚଅଫ ହୋଇଯାଏ ଅଥବା ସିମ୍ ଚେଞ୍ଜ ହୋଇଯାଏ। ଯାହାଯୋଗୁ ମୋବାଇଲକୁ କନେକ୍ଟ କରିବା କଷ୍ଟ ହୋଇପଡେ। କିନ୍ତୁ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପରେ ଖୋଜି ଖୋଜି ନିଜ ଫୋନର ସନ୍ଧାନ ପାଇଛନ୍ତି। ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କୁ ଲୋକେ ଲୋକପ୍ରିୟ ଡିଟେକ୍ଟିଭ ଜେମସ ବଣ୍ଡ ବୋଲି ଆଖ୍ୟା ଦେଉଛନ୍ତି। ତାମିଲନାଡୁର ଏହିବ୍ୟକ୍ତି ନିଜ ବାପାଙ୍କ ଚୋରି ହୋଇଯାଇଥିବା […] The post ଗୁଗୁଲ ମ୍ୟାପ ଦ୍ୱାରା ଫେରି ପାଇଲେ ଚୋରି ହୋଇଯାଇଥିବା ଫୋନ appeared first on Dharitri Odia News.
ଚେନ୍ନାଇ,୮।୨: ଫୋନ ଚୋରି ହୋଇଗଲେ କିମ୍ବା ହଜିଗଲେ ମିଳିବା କଷ୍ଟକର ହୋଇପଡେ। ଫୋନ ସ୍ବିଚଅଫ ହୋଇଯାଏ ଅଥବା ସିମ୍ ଚେଞ୍ଜ ହୋଇଯାଏ। ଯାହାଯୋଗୁ ମୋବାଇଲକୁ କନେକ୍ଟ କରିବା କଷ୍ଟ ହୋଇପଡେ। କିନ୍ତୁ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପରେ ଖୋଜି ଖୋଜି ନିଜ ଫୋନର ସନ୍ଧାନ ପାଇଛନ୍ତି। ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କୁ ଲୋକେ ଲୋକପ୍ରିୟ ଡିଟେକ୍ଟିଭ ଜେମସ ବଣ୍ଡ ବୋଲି ଆଖ୍ୟା ଦେଉଛନ୍ତି।
ତାମିଲନାଡୁର ଏହିବ୍ୟକ୍ତି ନିଜ ବାପାଙ୍କ ଚୋରି ହୋଇଯାଇଥିବା ଫୋନ ଓ ବ୍ୟାଗକୁ ଖୋଜିବା ପାଇଁ ଏପରି ରାସ୍ତା ଆପଣାଇଛନ୍ତି। ବ୍ୟକ୍ତିଜଣକ ହେଲେ ରାଜ ଭଗତ। ଘଟଣା ଏପରି କି, ରାଜଙ୍କ ବାପା ନାଗରକୋଇଲ କାଚିଗୁଡା ଏକ୍ସପ୍ରେସରେ ନାଗରକୋଇଲିରୁ ତ୍ରେଚି ଯାଉଥିଲେ। ଏହି ଯାତ୍ରା ଭିତରେ ଚୋରଜଣକ ଭିଡର ଫାଇଦା ଉଠାଇ ତାଙ୍କ ଜିନିଷ ଚୋରି କରିଦେଲେ। ପରେ ଯେତେବେଳେ ତାଙ୍କ ବାପାଙ୍କୁ ଏସମ୍ପର୍କରେ ଜଣାପଡିଲା ସେ ଟ୍ରେନ୍ ଭିତରେ ଖୋଜାଖୋଜି କରିବାରେ ଲାଗିପଡିଲେ। ସାଙ୍ଗେସାଙ୍ଗେ ସେ ପୁଅ ରାଜଙ୍କୁ ଫୋନ କରି ଜଣାଇଲେ।
ଏସମ୍ପର୍କରେ ରାଜ କହିଛନ୍ତି, ଆମ ପରିବାରର ସମସ୍ତଙ୍କ ଫୋନରେ ଲୋକେଶନ ଶେୟାରିଂ ଅନ୍ ରହିଥାଏ। ତେଣୁ ମୁଁ ଗୁଗୁଲ ମ୍ୟାପ ଦ୍ୱାରା ଫୋନ ଟ୍ରାକିଂ କରିବାରେ ଲାଗିପଡିଲି। ପ୍ରଥମେ ଜଣାପଡିଲା କି, ଫୋନ ତିରୁନେଲବଲିର ମେଲାପଲାୟମ ଇଲାକାରେ ରହିଛି। ସେଥିରୁ ମୁଁ ଅନୁମାନ ଲଗାଇଲି କି, ଚୋର ଅନ୍ୟଏକ ଟ୍ରେନରେ ନାଗରକୋଇଲ ଫେରୁଛନ୍ତି। ଡେରି ନ କରି ନିଜ ସାଙ୍ଗମାନଙ୍କ ସହ ମିଶି ସ୍ଥାନୀୟ ପୋଲିସର ସାହାଯ୍ୟ ମାଗିଲି। ଏହାରି ଭିତରେ ଚୋରର ରିଅଲ ଲୋକେଶନ ଟ୍ରାକ୍ କରୁଥିଲି। ଏହାପରେ ସେ ଚୋରଜଣକ ଟ୍ରେନରୁ ଓହ୍ଲାଇ ବସ୍ଷ୍ଟାଣ୍ଡରେ ଅପେକ୍ଷା କରୁଥିଲେ। ତାହା ମୋତେ ଗୁଗୁଲ ମ୍ୟାପରୁ ଜଣାପଡୁଥିଲା। ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ କାବୁ କରିଥିଲୁ। ଆଉ ମୁଁ ଫୋନ ଫେରି ପାଇଥିଲି।
The post ଗୁଗୁଲ ମ୍ୟାପ ଦ୍ୱାରା ଫେରି ପାଇଲେ ଚୋରି ହୋଇଯାଇଥିବା ଫୋନ appeared first on Dharitri Odia News.