ସୁପ୍ରିମକୋର୍ଟରେ ଶୁଣାଣି ଆଜି
ନୂଆଦିଲ୍ଲୀ,୩।୨(ପି.ଟି.): ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଗତ ମାସ ୨୯ ତାରିଖ ଅମୃତ ସ୍ନାନ ବେଳେ ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଥିଲେ। ମେଳାରେ ଯୋଗଦେଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ଏବଂ ନିୟମାବଳୀ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିଲା। ସୋମବାର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହେବ ବୋଲି […] The post ସୁପ୍ରିମକୋର୍ଟରେ ଶୁଣାଣି ଆଜି appeared first on Dharitri Odia News.
ନୂଆଦିଲ୍ଲୀ,୩।୨(ପି.ଟି.): ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଗତ ମାସ ୨୯ ତାରିଖ ଅମୃତ ସ୍ନାନ ବେଳେ ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଥିଲେ। ମେଳାରେ ଯୋଗଦେଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ଏବଂ ନିୟମାବଳୀ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିଲା। ସୋମବାର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଓ୍ବେବ୍ସାଇଟ୍ରେ ଅପ୍ଲୋଡ୍ ହୋଇଥିବା କଜ୍ ଲିଷ୍ଟ୍ରୁ ଜଣାପଡ଼ିଛି।
ଆଇନଜୀବୀ ବିଶାଲ ତିଓ୍ବାରି ଦାଏର କରିଥିବା ଉକ୍ତ ପିଟିଶନରେ ଦଳାଚକଟା ଭଳି ଘଟଣା ଯେପରି ନ ଘଟେ, ତାହା ସୁନିଶ୍ଚିତ କରିବା ଏବଂ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ, ସମାନତା ଓ ଜୀବନ ଧାରଣ ମୌଳିକ ଅଧିକାରର ସୁରକ୍ଷା ପାଇଁ ନିବେଦନ କରିଥିଲେ। ଏଥିରେ କେନ୍ଦ୍ର ଏବଂ ସମସ୍ତ ରାଜ୍ୟଙ୍କୁ ପକ୍ଷ କରାଯାଇଛି। ମହାକୁମ୍ଭ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁରକ୍ଷିତ ଓ ନିରାପଦ ପରିବେଶ ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ନିବେଦନ କରିଛନ୍ତି। ପ୍ରୟାଗରାଜକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ତଥ୍ୟ ଯୋଗାଇଦେବା ସହ ସହାୟତା କରିବା ପାଇଁ ସବୁ ରାଜ୍ୟ ସେଠାରେ ସୁବିଧା କେନ୍ଦ୍ର ଖୋଲିବାକୁ ପିଟିଶନରେ ପ୍ରସ୍ତାବ ଦିଆଯାଇଛି। ତୀର୍ଥଯାତ୍ରୀମାନଙ୍କ ଯାତାୟାତରେ ସୁବିଧା ପାଇଁ ସୂଚନା ଫଳକ ଲଗାଇବା ସହ ବିଭିନ୍ନ ଭାଷାରେ ଘୋଷଣା କରାଯିବାକୁ ନିବେଦନ କରାଯାଇଛି। ଏଥିସହିତ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପ୍ରୋଟୋକଲ୍ର ପ୍ରଚାର ପାଇଁ ଏସ୍ଏମ୍ଏସ୍ ଏବଂ ହ୍ବାଟ୍ସଆପ୍ ମେସେଜ୍ ବ୍ୟବହାର ନିମନ୍ତେ ଆବେଦନରେ ପ୍ରସ୍ତାବ ରହିଛି।
The post ସୁପ୍ରିମକୋର୍ଟରେ ଶୁଣାଣି ଆଜି appeared first on Dharitri Odia News.