ଲକ୍ଷ୍ମୀପୁର ଖେରୀ ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୨ା୭: ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ମାମଲାରେ ଜେଲ୍ରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ସୋମବାର ଜାମିନ ପ୍ରଦାନ କରାଯାଇଛି। ତେବେ ଏହି ହିଂସା ମାମଲାରେ ଶୁଣାଣି ତ୍ୱରାନ୍ବିତ କରିବା ଏବଂ ସମୟ ସ୍ଥିର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨୦୨୧ରେ ଲକ୍ଷ୍ମୀପୁର ଖେରୀର ଟିକୁନିଆରେ କୃଷକମାନେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରୁଥିବା ବେଳେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୮ ଜଣଙ୍କର ମୃତ୍ୟୁ […] The post ଲକ୍ଷ୍ମୀପୁର ଖେରୀ ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୭: ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ମାମଲାରେ ଜେଲ୍ରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ସୋମବାର ଜାମିନ ପ୍ରଦାନ କରାଯାଇଛି। ତେବେ ଏହି ହିଂସା ମାମଲାରେ ଶୁଣାଣି ତ୍ୱରାନ୍ବିତ କରିବା ଏବଂ ସମୟ ସ୍ଥିର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ଟୋବର ୨୦୨୧ରେ ଲକ୍ଷ୍ମୀପୁର ଖେରୀର ଟିକୁନିଆରେ କୃଷକମାନେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରୁଥିବା ବେଳେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ୟୁପି ପୋଲିସର ଏଫ୍ଆଇଆର୍ ଅନୁଯାୟୀ, ଆଶିଷ ମିଶ୍ର ବସିଥିବା ଏକ ଏସ୍ୟୁଭି ଦ୍ୱାରା ୪ଜଣ ଚାଷୀଙ୍କୁ ଚାପି ଦିଆଯାଇଥିଲା।
ତିନି କୃଷି ସଂସ୍କାର ଆଇନ ବିରୋଧରେ କୃଷକଙ୍କ ବିରୋଧ ସମୟରେ ହିଂସା ଆରମ୍ଭ ହେବାର ୬ ଦିନ ପରେ ଆଶିଷଙ୍କୁ ଅକ୍ଟୋବର ୯ରେ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶ ପୋଲିସର ଏଫ୍ଆଇଆର୍ ଅନୁଯାୟୀ, ଆଶିଷ ବସିଥିବା ଏକ ଏସ୍ୟୁଭି ଦ୍ୱାରା ୪ଜଣ ଚାଷୀଙ୍କୁ ଚୂର୍ଣ୍ଣ କରାଯାଇଥିଲା। ଏହା ପରେ ଏସ୍ୟୁଭି ଚଳାଉଥିବା ବ୍ୟକ୍ତି ଏବଂ ଦୁଇ ଜଣ ଭାଜପା କର୍ମୀଙ୍କୁ ଚାଷୀମନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ହିଂସା ଘଟଣାରେ ଜଣେ ସାମ୍ବାଦିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଏଫ୍ଆଇଆର୍ରେ ଦର୍ଶାଯାଇଛି।
The post ଲକ୍ଷ୍ମୀପୁର ଖେରୀ ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ appeared first on Dharitri Odia News.