ବିଜଡିରୁ ନିଲମ୍ବିତ ପରେ ମୁହଁ ଖେଲିଲେ ଦୁଇ ନେତା

ମୋରଡ଼ା,୮ା୧(ସ୍ମାରକ ମାଜୀ): ଦଳ ବିରୋଧୀ କାର୍ଯ୍ୟ ପାଇଁ ମୟୂରଭଞ୍ଜ-୧ ସାଙ୍ଗଠନିକ ଜିଲା ବିଜେଡି ସାଧାରଣ ସମ୍ପାଦକ ଅମୀର ଖାନ ଏବଂ ବିଜୁ ଛାତ୍ର ଜନତା ଜିଲା ଉପ ସଭାପତି ହର୍ଷବର୍ଦ୍ଧନ ମୁଦୁଲିଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି। ନିଲମ୍ବନ ପରେ ଏହି ଦୁଇ ନେତା ମୁହଁ ଖୋଲିଛନ୍ତିି। ଚିତ୍ରଡ଼ା କଲେଜଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଉଭୟ ନେତା କହିଛନ୍ତି ଯେ, ମୋରଡ଼ା ମାଟିର ସ୍ବାଭିମାନ, ସମ୍ମାନ ଏବଂ ହକ୍‌ କଥା ଉଠାଇବାରୁ ତାଙ୍କୁ ଦଳରୁ […] The post ବିଜଡିରୁ ନିଲମ୍ବିତ ପରେ ମୁହଁ ଖେଲିଲେ ଦୁଇ ନେତା appeared first on Dharitri Odia News.

ବିଜଡିରୁ ନିଲମ୍ବିତ ପରେ ମୁହଁ ଖେଲିଲେ ଦୁଇ ନେତା

ମୋରଡ଼ା,୮ା୧(ସ୍ମାରକ ମାଜୀ): ଦଳ ବିରୋଧୀ କାର୍ଯ୍ୟ ପାଇଁ ମୟୂରଭଞ୍ଜ-୧ ସାଙ୍ଗଠନିକ ଜିଲା ବିଜେଡି ସାଧାରଣ ସମ୍ପାଦକ ଅମୀର ଖାନ ଏବଂ ବିଜୁ ଛାତ୍ର ଜନତା ଜିଲା ଉପ ସଭାପତି ହର୍ଷବର୍ଦ୍ଧନ ମୁଦୁଲିଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି। ନିଲମ୍ବନ ପରେ ଏହି ଦୁଇ ନେତା ମୁହଁ ଖୋଲିଛନ୍ତିି। ଚିତ୍ରଡ଼ା କଲେଜଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଉଭୟ ନେତା କହିଛନ୍ତି ଯେ, ମୋରଡ଼ା ମାଟିର ସ୍ବାଭିମାନ, ସମ୍ମାନ ଏବଂ ହକ୍‌ କଥା ଉଠାଇବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ପୂର୍ବରୁ କୌଣସି ନୋଟିସ ନ ଦେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୧୩ ବର୍ଷ ହେଲା ସେମାନେ ବିଜୁ ଜନତା ଦଳ ସହିତ ନିରବିଚ୍ଛନ୍ନ ଭାବେ ରହି କାର୍ଯ୍ୟ କରି ଆସୁଥିଲେ। ତେବେ ମୋରଡ଼ା ନିର୍ବାଚନ ମଣ୍ଡଳୀର ଭୋଟର ବାହାର ପ୍ରାର୍ଥୀଙ୍କ ବଦଳରେ ଆଞ୍ଚଳିକ ପ୍ରାର୍ଥୀ ଚାହଁୁଛନ୍ତି। ସେମାନେ ଆଞ୍ଚଳିକ ପ୍ରାର୍ଥୀ ତଥା ବରିଷ୍ଠ ବିଜେଡି ନେତା କୃଷ୍ଣଚନ୍ଦ୍ର ଦାସଙ୍କ ସହିତ ଅଛନ୍ତି। କିନ୍ତୁ ମୋରଡ଼ା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ କୃଷ୍ଣାନନ୍ଦ ମହାନ୍ତି ଏକ ବୈଠକ ଡାକି ଆସନ୍ତା ସାଧାରଣ ନିର୍ବାଚନରେ ବର୍ତ୍ତମାନର ବିଧାୟକ ରାଜକିଶୋର ଦାସଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ବିଜେଡିରୁ ପ୍ରାର୍ଥୀ କରାଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ସୂଚନା ଦେବାରୁ ଅସନ୍ତୋଷ ଦେଖା ଦେଇଥିଲା। ବାହାର ପ୍ରାର୍ଥୀଙ୍କୁ ଟିକେଟ ନ ଦେଇ ଆଞ୍ଚଳିକ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯାଉ ବୋଲି ଦାବି କରିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି। ଏଥି ସହିତ ସେମାନେ ବାହାର ନେତାଙ୍କ ଉପରେ ବର୍ଷିଛନ୍ତି। ବାହାର ନେତା ଆସି ବର୍ଷ ବର୍ଷ ଧରି ରହି ମୋରଡ଼ାକୁ ନିଜେ ଆୟତ୍ତରେ ରଖିଛନ୍ତି ଓ ସ୍ଥାନୀୟ ନେତା ତଥା଼ କର୍ମୀଙ୍କୁ ଅଣଦେଖା କରୁଛନ୍ତି ବୋଲି ଖବରଦାତା ସମ୍ମିଳନୀରେ କହିଥିଲେ।

The post ବିଜଡିରୁ ନିଲମ୍ବିତ ପରେ ମୁହଁ ଖେଲିଲେ ଦୁଇ ନେତା appeared first on Dharitri Odia News.