ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇଲେ ହୃଷିକେଶ ପଣ୍ଡା

ଦିଗପହଣ୍ଡି,୨୧୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଡବନ୍ଧ ସାହିରେ ରହୁଥିବା ଜଣାଶୁଣା ରୋଷେୟା ହୃଷିକେଶ ପଣ୍ଡା (ପିଲୁ)ଙ୍କୁ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ଓ ପରିଚାଳନା ପାଇଁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ ମିଳିଛି। ଭାରତ ସରକାରଙ୍କ ଦ୍ବାରା ପଞ୍ଜିକୃତ “ଓ୍ବାଲର୍‌ଡ ଚାରିଟି ଓ୍ବାଲଫେୟାର୍‌ ଫାଉଣ୍ଡେଶନ” ନୂଆଦିଲ୍ଲୀ ପକ୍ଷରୁ ଏହି ସମ୍ମାନଜନକ ଆଓ୍ବାର୍ଡ ଦିଆଯାଇଛି। ଭୂବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଉତ୍ସବରେ ହୃଷିକେଶଙ୍କୁ ଫାଉଣ୍ଡେଶନର ପରିଚାଳନା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସିଲଡ ଓ ମାନପତ୍ର ପ୍ରଦାନ […] The post ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇଲେ ହୃଷିକେଶ ପଣ୍ଡା appeared first on Dharitri Odia News.

ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇଲେ ହୃଷିକେଶ ପଣ୍ଡା

ଦିଗପହଣ୍ଡି,୨୧୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଡବନ୍ଧ ସାହିରେ ରହୁଥିବା ଜଣାଶୁଣା ରୋଷେୟା ହୃଷିକେଶ ପଣ୍ଡା (ପିଲୁ)ଙ୍କୁ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ଓ ପରିଚାଳନା ପାଇଁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ ମିଳିଛି। ଭାରତ ସରକାରଙ୍କ ଦ୍ବାରା ପଞ୍ଜିକୃତ “ଓ୍ବାଲର୍‌ଡ ଚାରିଟି ଓ୍ବାଲଫେୟାର୍‌ ଫାଉଣ୍ଡେଶନ” ନୂଆଦିଲ୍ଲୀ ପକ୍ଷରୁ ଏହି ସମ୍ମାନଜନକ ଆଓ୍ବାର୍ଡ ଦିଆଯାଇଛି। ଭୂବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଉତ୍ସବରେ ହୃଷିକେଶଙ୍କୁ ଫାଉଣ୍ଡେଶନର ପରିଚାଳନା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସିଲଡ ଓ ମାନପତ୍ର ପ୍ରଦାନ କରିବା ସହ ଉଭୟ ପାରମ୍ପରିକ ଓ ଆଧୁନିକ ଗୁଣାତ୍ମକ ଖାଦ୍ୟ ପ୍ରସ୍ତୁତ କରିବା ଦିଗରେ ହୃଷିକେଶଙ୍କ ଠାରେ ରହିଥିବା ଦକ୍ଷତା ଏବଂ ଜ୍ଞାନ କୌଶଳର ପ୍ରଶଂସା ମଧ୍ୟ କରିଥିଲେ।ଏହି ଆଓ୍ବାର୍ଡ ମିଳିବା ପରେ ବିଭିନ୍ନ ମହଲରୁ ହୃଷିକେଶଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ପରିଲକ୍ଷିତ ହୋଇଛି।

The post ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇଲେ ହୃଷିକେଶ ପଣ୍ଡା appeared first on Dharitri Odia News.