ମହମ୍ମଦ ଶାମିଙ୍କୁ ଝିଅଙ୍କ ସହ ପଦିଏ କଥା ବି ହେବାକୁ ଦେଉନାହାନ୍ତି ପତ୍ନୀ, ସତ କହିବା ବେଳେ…
ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବେ କ୍ରିକେଟରୁ ଦୂରରେ ଅଛନ୍ତି। ଆହତ ସମସ୍ୟାରୁ ସୁସ୍ଥ ହେଉଥିବା ଶାମି ଏବେ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି। ପତ୍ନୀ ହସିନ ଜହାଁ ତାଙ୍କୁ ଝିଅଙ୍କୁ ଭେଟିବାକୁ ଦେଉ ନ ଥିବା ସେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଶାମିଙ୍କୁ ଝିଅ ଆଇରାଙ୍କ ବିଷୟରେ ପଚରା ଯାଇଥିଲା। ଏହି ସମୟରେ ସେ ଭାବବିହ୍ବଳ ହୋଇ କହିଥିଲେ ଯେ ଝିଅଙ୍କୁ ବହୁତ ମନେ ପକାଏ। ତାଙ୍କ ସହ କଥା ହେବାକୁ […] The post ମହମ୍ମଦ ଶାମିଙ୍କୁ ଝିଅଙ୍କ ସହ ପଦିଏ କଥା ବି ହେବାକୁ ଦେଉନାହାନ୍ତି ପତ୍ନୀ, ସତ କହିବା ବେଳେ… appeared first on Dharitri Odia News.
ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବେ କ୍ରିକେଟରୁ ଦୂରରେ ଅଛନ୍ତି। ଆହତ ସମସ୍ୟାରୁ ସୁସ୍ଥ ହେଉଥିବା ଶାମି ଏବେ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି। ପତ୍ନୀ ହସିନ ଜହାଁ ତାଙ୍କୁ ଝିଅଙ୍କୁ ଭେଟିବାକୁ ଦେଉ ନ ଥିବା ସେ କହିଛନ୍ତି।
ଏକ କାର୍ଯ୍ୟକ୍ରମରେ ଶାମିଙ୍କୁ ଝିଅ ଆଇରାଙ୍କ ବିଷୟରେ ପଚରା ଯାଇଥିଲା। ଏହି ସମୟରେ ସେ ଭାବବିହ୍ବଳ ହୋଇ କହିଥିଲେ ଯେ ଝିଅଙ୍କୁ ବହୁତ ମନେ ପକାଏ। ତାଙ୍କ ସହ କଥା ହେବାକୁ ଚେଷ୍ଟା କରେ। ହେଲେ ସେତିକି କରିପାରେ ଯେତିକି ସେ(ହସିନ) କରିବାକୁ ଦିଅନ୍ତି। ଏବେ ଯାଏ ସେ ଝିଅଙ୍କୁ ଭେଟିବାକୁ ଦେଉ ନ ଥିବା ସେ କହିଛନ୍ତି।
କହିରଖୁଛୁ, ଶାମି ଏବଂ ହସିନ ପ୍ରାୟ ୬ ବର୍ଷ ଧରି ପରସ୍ପରଠାରୁ ଅଲଗା ରହୁଛନ୍ତି। ୨୦୧୮ରେ ହସିନ ବଡ଼ ଅଭିଯୋଗ ଆଣିଥିଲେ। ଏହାପରେ ସେ ଶାମିଙ୍କଠାରୁ ଅଲଗା ହୋଇଯାଇଥିଲେ। ଶାମି ଏବଂ ପତ୍ନୀଙ୍କ ମଧ୍ୟରେ ଚାଲିଥିବା ମାମଲା ପୋଲିସ, ଅଦାଲତ ଯାଏ ଯାଇଥିଲା। ହେଲେ ପରେ ହସିନ ଅଲଗା ରହୁଥିବା ବେଳେ ଝିଅ ତାଙ୍କ ସହ ରହୁଛନ୍ତି।
The post ମହମ୍ମଦ ଶାମିଙ୍କୁ ଝିଅଙ୍କ ସହ ପଦିଏ କଥା ବି ହେବାକୁ ଦେଉନାହାନ୍ତି ପତ୍ନୀ, ସତ କହିବା ବେଳେ… appeared first on Dharitri Odia News.