ପଣବନ୍ଦୀ ମୁକ୍ତି ଖୁସି ରହିଲାନି

ଜେରୁଜେଲମ, ୧୦।୨: ଗାଜାର ସଶସ୍ତ୍ର ଶାସକ ହମାସ୍‌ ପକ୍ଷରୁ ଶନିବାର ୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା। ସେଥିରେ ୫୨ ବର୍ଷୀୟ ଏଲି ଶାରାବୀ ମଧ୍ୟ ସାମିଲ ଥିଲେ। ହମାସ୍‌ କବଳରେ ୪୯୧ ଦିନ ଧରି ପଣବନ୍ଦୀ ଭାବେ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏହି ସମୟରେ ସେ ଖୁବ୍‌ ଭାବବିହ୍ବଳ ଥିଲେ। ମୁକ୍ତ ହେବା ପରେ ସେ ଇସ୍ରାଏଲୀ ସୈନିକଙ୍କୁ କହିଥିଲେ, ଦୀର୍ଘଦିନର ବ୍ୟବଧାନ ପରେ ନିଜ ସ୍ତ୍ରୀ ଓ ୨ ଝିଅଙ୍କୁ ଭେଟିବା […] The post ପଣବନ୍ଦୀ ମୁକ୍ତି ଖୁସି ରହିଲାନି appeared first on Dharitri Odia News.

ପଣବନ୍ଦୀ ମୁକ୍ତି ଖୁସି ରହିଲାନି

ଜେରୁଜେଲମ, ୧୦।୨: ଗାଜାର ସଶସ୍ତ୍ର ଶାସକ ହମାସ୍‌ ପକ୍ଷରୁ ଶନିବାର ୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା। ସେଥିରେ ୫୨ ବର୍ଷୀୟ ଏଲି ଶାରାବୀ ମଧ୍ୟ ସାମିଲ ଥିଲେ। ହମାସ୍‌ କବଳରେ ୪୯୧ ଦିନ ଧରି ପଣବନ୍ଦୀ ଭାବେ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏହି ସମୟରେ ସେ ଖୁବ୍‌ ଭାବବିହ୍ବଳ ଥିଲେ। ମୁକ୍ତ ହେବା ପରେ ସେ ଇସ୍ରାଏଲୀ ସୈନିକଙ୍କୁ କହିଥିଲେ, ଦୀର୍ଘଦିନର ବ୍ୟବଧାନ ପରେ ନିଜ ସ୍ତ୍ରୀ ଓ ୨ ଝିଅଙ୍କୁ ଭେଟିବା ପାଇଁ ଉତ୍ସାହିତ ଅଛି। ତେବେ ତାଙ୍କ ବ୍ରିଟିଶ ବଂଶୋଦ୍ଭବ ସ୍ତ୍ରୀ ଲିଆନ୍‌ ଏବଂ ୨ ଝିଅ ନୋୟା (୧୬) ଏବଂ ୟହଲ (୧୩)ଙ୍କୁ ୨୦୨୩ ଅକ୍ଟୋବର ୭ରେ ହମାସ୍‌ ହତ୍ୟା କରିଦେଇଥିବା ନେଇ ସେତେବେଳ ସୁଦ୍ଧା ସେ ଜାଣି ନ ଥିଲେ।
ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ ଉପରକୁ ଆକ୍ରମଣ କରିଥିଲା। ହମାସ୍‌ର ଆତଙ୍କବାଦୀମାନେ ଇସ୍ରାଏଲର ନୋଭା ମ୍ୟୁଜିକ୍‌ ଫେଷ୍ଟିଭାଲରେ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନେ ଶାରାବୀଙ୍କୁ ଅପହରଣ କରି ଗାଜା ଆଣିଥିଲେ ଏବଂ ତାଙ୍କୁ ପଣବନ୍ଦୀ କରି ରଖିଥିଲେ। ଉକ୍ତ ଆକ୍ରମଣରେ ଶାରାବୀଙ୍କ ସ୍ତ୍ରୀ ଓ ତାଙ୍କ ୨ ଝିଅଙ୍କର ମଧ୍ୟ ହତ୍ୟା ହୋଇଥିଲା। ତେବେ ଏନେଇ ଶାରାବୀ ଜାଣି ନ ଥିଲେ।
ମୁକ୍ତ ହେବା ପରେ ହମାସ୍‌ ଶାରାବୀଙ୍କୁ ତାଙ୍କ ଭାଇ ୟୋସିଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇଥିଲା। ୟୋସିଙ୍କୁ ମଧ୍ୟ ହମାସ୍‌ ପଣବନ୍ଦୀ କରି ରଖିଥିଲା। ହମାସ୍‌ ପକ୍ଷରୁ ଶାରାବୀଙ୍କୁ ଗାଜା ସୀମାରେ ରେଡ୍‌କ୍ରସ୍‌କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ସେ ସେଠାରେ ତାଙ୍କ ଭାଇ ଓ ଭଉଣୀଙ୍କୁ ଭେଟିଥିଲେ। ସ୍ତ୍ରୀ ଓ ୨ ଝିଅଙ୍କର ହତ୍ୟା ହୋଇସାରିଥିବା ନେଇ ସେତେବେଳେ ଶାରାବୀ ଜାଣିବାକୁ ପାଇଥିଲେ। ଦୀର୍ଘବର୍ଷ ପରେ ସ୍ତ୍ରୀ ଓ ୨ ଝିଅଙ୍କ ହତ୍ୟା ଖବର ତାଙ୍କୁ ସ୍ତବ୍ଧ କରିଦେଇଥିଲା। ଶାରାବୀଙ୍କ ଭିଣୋଇ ଷ୍ଟିଭ୍‌ ବ୍ରିସ୍‌ଲେ କହିଛନ୍ତି, ଏତେଦିନ ପରେ ଶାରାବୀ ମୁକୁଳି ଥିବାରୁ ତାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଛି। ଶନିବାର ପ୍ରଥମେ ସେ ପରିବାରକୁ ଭେଟିବେ ବୋଲି ଖୁସି ଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଜାଣି ସେ ସ୍ତବ୍ଧ ହୋଇଯାଇଥିଲେ। ଏହି ଖବର ତାଙ୍କୁ ଗଭୀର ଆଘାତ ଦେଇଥିବା ବ୍ରିସ୍‌ଲେ କହିଛନ୍ତି। ପ୍ରକାଶ ଯେ, ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ, ଶନିବାର ଇସ୍ରାଏଲ ୧୮୩ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଥିଲା।

The post ପଣବନ୍ଦୀ ମୁକ୍ତି ଖୁସି ରହିଲାନି appeared first on Dharitri Odia News.