ସମାଧାନ ହେଲା ୨୩ ଫୌଜଦାରୀ, ୨ ଦେଓ୍ବାନୀ ମାମଲା

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ମାଜିଷ୍ଟ୍ରେଟ୍‌ ନୀଳିମା ଷଡ଼ଙ୍ଗୀ ୨୩ଟି ଫୌଜଦାରୀ ଏବଂ ୨ ଟି ଦେଓ୍ବାନୀ ମାମଲାର ଚୂଡ଼ାନ୍ତ ସମାଧାନ କରିଥିବା ଜଣାପଡ଼ିଛି। ସେହିପରି ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକଙ୍କ ପକ୍ଷରୁ ଋଣ ବାବଦରେ ୭୯ ହଜାର ୫୭ ଟଙ୍କା ଆଦାୟ କରାଯାଇଥିବା ଜଣାପଡ଼ିଛି। କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ ଲୋକ ଅଦାଲତରେ ବହୁ ସଂଖ୍ୟକ ଆଇନଜୀବୀ ଏବଂ […] The post ସମାଧାନ ହେଲା ୨୩ ଫୌଜଦାରୀ, ୨ ଦେଓ୍ବାନୀ ମାମଲା appeared first on Dharitri Odia News.

ସମାଧାନ ହେଲା ୨୩ ଫୌଜଦାରୀ, ୨ ଦେଓ୍ବାନୀ ମାମଲା

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ମାଜିଷ୍ଟ୍ରେଟ୍‌ ନୀଳିମା ଷଡ଼ଙ୍ଗୀ ୨୩ଟି ଫୌଜଦାରୀ ଏବଂ ୨ ଟି ଦେଓ୍ବାନୀ ମାମଲାର ଚୂଡ଼ାନ୍ତ ସମାଧାନ କରିଥିବା ଜଣାପଡ଼ିଛି।

ସେହିପରି ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକଙ୍କ ପକ୍ଷରୁ ଋଣ ବାବଦରେ ୭୯ ହଜାର ୫୭ ଟଙ୍କା ଆଦାୟ କରାଯାଇଥିବା ଜଣାପଡ଼ିଛି। କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ ଲୋକ ଅଦାଲତରେ ବହୁ ସଂଖ୍ୟକ ଆଇନଜୀବୀ ଏବଂ ବରିଷ୍ଠ କର୍ମଚାରୀ ଶିବରାମ ସାହୁ, ସସ୍ମିତା ମହାରଣା, ଅଞ୍ଜଳି ମହାରଣା, ଅଶ୍ୱିନୀ କୁମାର ପଟ୍ଟନାୟକ, ସଂଗ୍ରାମ କେଶରୀ ପଣ୍ଡା, ପପୁନ ମହାରଣା, କାଳିଆ ନାୟକ, ନିରଞ୍ଜନ ଶବର,ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 

The post ସମାଧାନ ହେଲା ୨୩ ଫୌଜଦାରୀ, ୨ ଦେଓ୍ବାନୀ ମାମଲା appeared first on Dharitri Odia News.