‘ସ୍ତ୍ରୀ-୨’ ସଫଳତା ପରେ ନୂଆ ଘରକୁ ଶିଫ୍ଟ ହେଲେ ଶ୍ରଦ୍ଧା କପୁର, ଅକ୍ଷୟ କୁମାରଙ୍କର ହେଲେ ପଡୋଶୀ

ମୁମ୍ବାଇ ୨୯।୦୮: ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା ଏବେ ଅଭିନେତା ଖିଲାଡ଼ି କୁମାରଙ୍କ ପଡ଼ୋଶୀ ହୋଇଛନ୍ତି । ସେ ଜୁହୁ ସ୍ଥିତ ସମୁଦ୍ର ପାଖ ଆପାର୍ଟମେଣ୍ଟ୍‌କୁ ଭଡ଼ାରେ ନେଇଛନ୍ତି । ଏହି ଆପାର୍ଟମେଣ୍ଟ୍‌ର ମାଲିକ ଋତ୍ୱିକ ରୋଶନ ।  ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା, ବରୁଣ ଧୱନ ପତ୍ନୀ ନତାଶାଙ୍କ ସହ  ଋତ୍ୱିକଙ୍କର ସେହି ଆପାର୍ଟମେଣ୍ଟ୍‌କୁ ଶିଫ୍ଟ ହେବେ । କିନ୍ତୁ ଏ ନେଇ ଡିଲ୍‌ ଫାଇନାଲ ହୋଇପାରିଲା ନାହିଁ ।  ଏବେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍‌ର ବାସିନ୍ଦା ହୋଇଛନ୍ତି ଶ୍ରଦ୍ଧା । ଅକ୍ଷୟ ସେଠାରେ ଏକ ବିଳାସପୂର୍ଣ୍ଣ ଡୁପ୍ଲେକ୍ସ  ଆପାର୍ଟମେଣ୍ଟ୍‌ରେ ପତ୍ନୀ ଟ୍ୱିଙ୍କଲ ଖନ୍ନାଙ୍କ  ସହ ରହୁଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ  ହରର୍‌-କମେଡି ଫିଲ୍ମ ‘ସ୍ତ୍ରୀ’ରେ  ଅକ୍ଷୟଙ୍କ ସହ ନଜର ଆସିଥିଲେ । ଏଥିରେ ଅକ୍ଷୟଙ୍କର ଝଲକ୍‌ ଥିଲା ।  ଋତ୍ୱିକ ଏହି ଆପାର୍ଟମେଣ୍ଟ୍‌କୁ ୨୦୨୦  ମସିହାରେ କିଣିଥିଲେ, ଯାହାର ମୂଲ୍ୟ  ୯୭.୫୦ କୋଟି ଟଙ୍କା । ଆର୍କିଟେକ୍ଟ ଆଶୀଷ  ଶାହଙ୍କ ସାହାଯ୍ୟରେ ସେ ଏହି ଘର ନିର୍ମାଣ  କରିଥିଲେ । ଗତ ୪ ବର୍ଷରେ ଶ୍ରଦ୍ଧାଙ୍କର  କେବଳ ଦୁଇଟି ଫିଲ୍ମ ମୁକ୍ତିଲାଭ କରିଛି ।  ଗତ ବର୍ଷ ସେ ‘ତୁ ଝୁଠୀ ମେଁ ମକ୍କାର’ରେ  ନଜର ଆସିଥିଲେ । ଏ ବର୍ଷ କେବଳ ‘ସ୍ତ୍ରୀ-୨’  ଜରିଆରେ ସେ ବକ୍ସ ଅଫିସ୍‌ରେ ରାଜ୍‌ କରୁଛନ୍ତି ।

‘ସ୍ତ୍ରୀ-୨’ ସଫଳତା ପରେ ନୂଆ ଘରକୁ ଶିଫ୍ଟ ହେଲେ ଶ୍ରଦ୍ଧା କପୁର, ଅକ୍ଷୟ କୁମାରଙ୍କର ହେଲେ ପଡୋଶୀ

ମୁମ୍ବାଇ ୨୯।୦୮: ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା ଏବେ ଅଭିନେତା ଖିଲାଡ଼ି କୁମାରଙ୍କ ପଡ଼ୋଶୀ ହୋଇଛନ୍ତି । ସେ ଜୁହୁ ସ୍ଥିତ ସମୁଦ୍ର ପାଖ ଆପାର୍ଟମେଣ୍ଟ୍‌କୁ ଭଡ଼ାରେ ନେଇଛନ୍ତି । ଏହି ଆପାର୍ଟମେଣ୍ଟ୍‌ର ମାଲିକ ଋତ୍ୱିକ ରୋଶନ ।  ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା, ବରୁଣ ଧୱନ ପତ୍ନୀ ନତାଶାଙ୍କ ସହ  ଋତ୍ୱିକଙ୍କର ସେହି ଆପାର୍ଟମେଣ୍ଟ୍‌କୁ ଶିଫ୍ଟ ହେବେ । 

କିନ୍ତୁ ଏ ନେଇ ଡିଲ୍‌ ଫାଇନାଲ ହୋଇପାରିଲା ନାହିଁ ।  ଏବେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍‌ର ବାସିନ୍ଦା ହୋଇଛନ୍ତି ଶ୍ରଦ୍ଧା । ଅକ୍ଷୟ ସେଠାରେ ଏକ ବିଳାସପୂର୍ଣ୍ଣ ଡୁପ୍ଲେକ୍ସ  ଆପାର୍ଟମେଣ୍ଟ୍‌ରେ ପତ୍ନୀ ଟ୍ୱିଙ୍କଲ ଖନ୍ନାଙ୍କ  ସହ ରହୁଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ  ହରର୍‌-କମେଡି ଫିଲ୍ମ ‘ସ୍ତ୍ରୀ’ରେ  ଅକ୍ଷୟଙ୍କ ସହ ନଜର ଆସିଥିଲେ । ଏଥିରେ ଅକ୍ଷୟଙ୍କର ଝଲକ୍‌ ଥିଲା ।  ଋତ୍ୱିକ ଏହି ଆପାର୍ଟମେଣ୍ଟ୍‌କୁ ୨୦୨୦  ମସିହାରେ କିଣିଥିଲେ, ଯାହାର ମୂଲ୍ୟ  ୯୭.୫୦ କୋଟି ଟଙ୍କା । 

ଆର୍କିଟେକ୍ଟ ଆଶୀଷ  ଶାହଙ୍କ ସାହାଯ୍ୟରେ ସେ ଏହି ଘର ନିର୍ମାଣ  କରିଥିଲେ । ଗତ ୪ ବର୍ଷରେ ଶ୍ରଦ୍ଧାଙ୍କର  କେବଳ ଦୁଇଟି ଫିଲ୍ମ ମୁକ୍ତିଲାଭ କରିଛି ।  ଗତ ବର୍ଷ ସେ ‘ତୁ ଝୁଠୀ ମେଁ ମକ୍କାର’ରେ  ନଜର ଆସିଥିଲେ । ଏ ବର୍ଷ କେବଳ ‘ସ୍ତ୍ରୀ-୨’  ଜରିଆରେ ସେ ବକ୍ସ ଅଫିସ୍‌ରେ ରାଜ୍‌ କରୁଛନ୍ତି ।