ଆଶ୍ୱସ୍ତି ଖବର ଦେଲା IMD: ଏବର୍ଷ ବହୁତ ଭଲ ହେବ ମୌସୁମୀ ବର୍ଷା, ତାରିଖ ବି ସ୍ପଷ୍ଟ

ନୂଆଦିଲ୍ଲୀ ୦୬/୦୪: ସାରା ଦେଶରେ ଖରା ତାତିର ପ୍ରକୋପ । ବିଭିନ୍ନ ସ୍ଥାନରେ ପାରଦ ଉପରମୁହିଁ । ଏହାରି ଭିତରେ ଆଶ୍ୱସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।   ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଦେଶବାସୀଙ୍କ ଦେଇଛନ୍ତି ଭଳ ଖବର । ତାଙ୍କ କହିବା କଥା ଏବର୍ଷ ହେବ ଭଲ ମୌସୁମୀ ବର୍ଷା । ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବର୍ଷିବ । ସେ ଆହୁରି କହିଛନ୍ତି ଏହାର କାରଣ ହେଉଛି ଏଲ୍ ନିନୋର ପ୍ରଭାବ ସ୍ତର ହ୍ରାସ ପାଇବା । ଖାସ୍ ସେଥିପାଇଁ ମୌସୁମୀ ଆସିବାକୁ ଉତ୍ତମ ପରିବେଶର ସୃଷ୍ଟି ହେବ। ଫଳରେ ଭଲ ବର୍ଷା ହେବ । ସୂଚନା ଥାଉକି, ଏପ୍ରିଲ ମାସରେ ଦେଶର ଅନେକ ଅଞ୍ଚଳରେ ବଢିଛି ତାତିର ପ୍ରକୋପ ।  ଖରା, ଗରମ ଯୋଗୁଁ ଲୋକମାନେ ବହୁତ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ହୋଇପାରେ । କହିବାକୁ ଗଲେ ଭାରତର କୃଷି କ୍ଷେତ୍ର ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବେଶ୍  ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଦେଶରେ ୭୦ ପ୍ରତିଶତ ବାର୍ଷିକ ଆଭରଣ ଭରଣା କରେ। ଦେଶରେ ଜିଡିପିରେ କୃଷି କ୍ଷେତ୍ରର ଅବଦାନ ପ୍ରାୟ ୧୪ ପ୍ରତିଶତ ଏବଂ ଜନସଂଖ୍ୟା ପ୍ରାୟ ୧.୪ ବିଲିୟନ । ଆଇଏମଡି ମୁଖ୍ୟ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଲା ନିନୋ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ପ୍ରଶାନ୍ତ ମହାସାଗରର ମଧ୍ୟଭାଗରେ ଥଣ୍ଡା ପାଇଁ ବେଶ୍ ଉ

ଆଶ୍ୱସ୍ତି ଖବର ଦେଲା IMD: ଏବର୍ଷ ବହୁତ ଭଲ ହେବ ମୌସୁମୀ ବର୍ଷା, ତାରିଖ ବି ସ୍ପଷ୍ଟ

ନୂଆଦିଲ୍ଲୀ ୦୬/୦୪: ସାରା ଦେଶରେ ଖରା ତାତିର ପ୍ରକୋପ । ବିଭିନ୍ନ ସ୍ଥାନରେ ପାରଦ ଉପରମୁହିଁ । ଏହାରି ଭିତରେ ଆଶ୍ୱସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।   ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଦେଶବାସୀଙ୍କ ଦେଇଛନ୍ତି ଭଳ ଖବର । ତାଙ୍କ କହିବା କଥା ଏବର୍ଷ ହେବ ଭଲ ମୌସୁମୀ ବର୍ଷା । 

ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବର୍ଷିବ । ସେ ଆହୁରି କହିଛନ୍ତି ଏହାର କାରଣ ହେଉଛି ଏଲ୍ ନିନୋର ପ୍ରଭାବ ସ୍ତର ହ୍ରାସ ପାଇବା । ଖାସ୍ ସେଥିପାଇଁ ମୌସୁମୀ ଆସିବାକୁ ଉତ୍ତମ ପରିବେଶର ସୃଷ୍ଟି ହେବ। ଫଳରେ ଭଲ ବର୍ଷା ହେବ । 

ସୂଚନା ଥାଉକି, ଏପ୍ରିଲ ମାସରେ ଦେଶର ଅନେକ ଅଞ୍ଚଳରେ ବଢିଛି ତାତିର ପ୍ରକୋପ ।  ଖରା, ଗରମ ଯୋଗୁଁ ଲୋକମାନେ ବହୁତ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ହୋଇପାରେ । କହିବାକୁ ଗଲେ ଭାରତର କୃଷି କ୍ଷେତ୍ର ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବେଶ୍  ଗୁରୁତ୍ୱପୂର୍ଣ୍ଣ । 

କାରଣ ଏହା ଦେଶରେ ୭୦ ପ୍ରତିଶତ ବାର୍ଷିକ ଆଭରଣ ଭରଣା କରେ। ଦେଶରେ ଜିଡିପିରେ କୃଷି କ୍ଷେତ୍ରର ଅବଦାନ ପ୍ରାୟ ୧୪ ପ୍ରତିଶତ ଏବଂ ଜନସଂଖ୍ୟା ପ୍ରାୟ ୧.୪ ବିଲିୟନ । ଆଇଏମଡି ମୁଖ୍ୟ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଲା ନିନୋ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ପ୍ରଶାନ୍ତ ମହାସାଗରର ମଧ୍ୟଭାଗରେ ଥଣ୍ଡା ପାଇଁ ବେଶ୍ ଉତ୍କୃଷ୍ଟ । ସେ କହିଛନ୍ତି, ଲା ନିନୋ ଭାରତୀୟ ମୌସୁମୀ ପାଇଁ ଭଲ । 

ଗତ ବର୍ଷ ଏଲ୍ ନିନୋ କାରଣରୁ ଭାରତୀୟ ମୌସୁମୀ ଅଞ୍ଚଳର ୬୦ପ୍ରତିଶତ ନକାରାତ୍ମକ ପ୍ରଭାବ ପକାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ପରିସ୍ଥିତି ଦେଖାଯିବ ନାହିଁ । ଚଳିତ ବର୍ଷ ୟୁରାସିଆରେ ତୁଷାରପାତ କମ୍ ଅଛି, ଯାହା ମୁଖ୍ୟତଃ ମୌସୁମୀ ପାଇଁ ଉପଯୁକ୍ତ । ରିପୋର୍ଟ ଅନୁଯାୟୀ, ୨୦୨୩ର ମୌସୁମୀ ସମୟରେ ଭାରତରେ ହାରାହାରି ୮୬୮.୬ ମିଲିମିଟର ତୁଳନାରେ ୮୨୦ ମିଲିମିଟର ଠାରୁ କମ୍ ବର୍ଷା ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ ଏହାକୁ ଶକ୍ତିଶାଳୀ ଏଲ୍ ନିନୋକୁ ବୋଲି କହିଥିଲା । ଏହି ମାସ ଶେଷରେ IMD ଦକ୍ଷିଣ-ପଶ୍ଚିମ ମୌସୁମୀର ପୂର୍ବାନୁମାନ ଜାରି କରିବ । ଯାହା ଏକ ନୂତନ ସଙ୍କେତ ବିଷୟରେ ସୂଚନା ଦେଇପାରେ ।