ଗୋଲେଇ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ
ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଏକ ପିକ୍ଅପ୍ ଭ୍ୟାନ ଶନିବାର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଭ୍ୟାନଟି ବେଲଗୁଣ୍ଠା ଅଭିମୁଖେ କିଛି ସାମଗ୍ରୀ ଆଣିବାକୁ ଯାଉଥିଲା। ନୂଆଗାଁ ସେତୁ ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା। ଫଳରେ ଗାଡ଼ି ଚାଳକ ଏବଂ ସେଥିରେ ବସିଥିବା ଆଉ ଦୁଇଜଣ ଆହତ ହୋଇଛନ୍ତି। ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ […] The post ଗୋଲେଇ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ appeared first on Dharitri Odia News.
ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଏକ ପିକ୍ଅପ୍ ଭ୍ୟାନ ଶନିବାର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଭ୍ୟାନଟି ବେଲଗୁଣ୍ଠା ଅଭିମୁଖେ କିଛି ସାମଗ୍ରୀ ଆଣିବାକୁ ଯାଉଥିଲା। ନୂଆଗାଁ ସେତୁ ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା।
ଫଳରେ ଗାଡ଼ି ଚାଳକ ଏବଂ ସେଥିରେ ବସିଥିବା ଆଉ ଦୁଇଜଣ ଆହତ ହୋଇଛନ୍ତି। ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।
ସୂଚନା ଯୋଗ୍ୟ, ଏଠାରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି। ଏଥିଯୋଗୁ ବିଗତ ଦିନରେ ଏକାଧିକ ମୃତାହତ ହୋଇଥିବା ନଜିର ରହିଛି। ସେତୁର ଶେଷ ଭାଗରେ ହୋଇଥିବା ଗୋଲେଇ ରାସ୍ତାରେ କିଛିଟା ସମସ୍ୟା ଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ଅନୁମାନ କରାଯାଉଛି।
The post ଗୋଲେଇ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ appeared first on Dharitri Odia News.