ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣାରେ ପାଟନା ସିଟି ଏସ୍‌ପି ଚନ୍ଦ୍ର ପ୍ରକାଶ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି। ପାଟନା ଥାନା ନିକଟ ପାଲ ହୋଟେଲ କମ୍‌ ରେଷ୍ଟୁରାଣ୍ଟରେ ଏହି ନିଆଁ ଲାଗିଛି। ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏହା […] The post ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି appeared first on Dharitri Odia News.

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣାରେ ପାଟନା ସିଟି ଏସ୍‌ପି ଚନ୍ଦ୍ର ପ୍ରକାଶ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି। ପାଟନା ଥାନା ନିକଟ ପାଲ ହୋଟେଲ କମ୍‌ ରେଷ୍ଟୁରାଣ୍ଟରେ ଏହି ନିଆଁ ଲାଗିଛି। ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏହା ଘଟିଛି ବୋଲି କୁହାଯାଉଛି। ପୋଲିସର ସୂଚନାନୁସାରେ, ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ସମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଏହି ନିଆଁ ଲିଭାଇବା ପାଇଁ ଦୀର୍ଘଘଣ୍ଟା ସମୟ ଲାଗିଥିଲା। ଘଟଣା ପରେ ଡିଜି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରାଯାଇଥିବା ସେ କହିଛନ୍ତି। ପ୍ରବଳ ପବନ ବହୁଥିବାରୁ ନିଆଁ ମଧ୍ୟ ଭୟାନକ ଥିଲା। ନିଆଁ ଆଖପାଖ ଅଞ୍ଚଳରେ ବ୍ୟାପି ନ ଯିବା ପାଇଁ ସତର୍କତା ଭାବରେ ବିଦ୍ୟୁତ୍‌କାଟ୍‌ କରାଯାଇଥିଲା।

ସୂଚନାଯୋଗ୍ୟ, ହୋଟେଲରେ ନିଆଁ ଲାଗିବା ପରେ ପାଟଣା ପ୍ରାଥମିକ ହସ୍ପିଟାଲରେ ୩୮ ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ୪୫ ଜଣଙ୍କୁ ଉଦ୍ଧାର କରାଯାଇ ବାହାରକୁ ନିଆଯାଇଛି।ପାଟନାର କୋଟଓ୍ବାଲି ଥାନା ଅଧୀନରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ପାଟନାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।

The post ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି appeared first on Dharitri Odia News.