ଇଂଲଣ୍ଡରେ ଇତିହାସ ରଚିଲା ଗିଲ୍ ସେନା, ଗୋଟିଏ ଟେଷ୍ଟ ସିରିଜରେ ଭାରତ କଲା ସବୁଠୁ ଅଧିକ ରନ୍

ନୂଆଦିଲ୍ଲୀ: ଶୁଭମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡରେ ନୂଆ ରେକର୍ଡ କରିଛି । ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫିରେ ରନ୍‌ର ପାହାଡ଼ କରି ଇତିହାସ ରଚିଛି । ଓଭାଲରେ ଜାରି ପଞ୍ଚମ ତଥା ଶେଷ ଟେଷ୍ଟରେ ଭାରତ ଗୋଟିଏ ସିରିଜରେ ନିଜର ସବୁଠୁ ଅଧିକ ରନ୍ କରିବାର ରେକର୍ଡ ଭାଙ୍ଗିଛି । ଟିମ୍ ଇଣ୍ଡିଆ ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୋଟିଏ ସିରିଜରେ ୩୨୭୦ ରନ୍ କରିଥିଲା । ଶୁଭମନ୍ ଗିଲଙ୍କ ଟିମ୍ ଇଂଲଣ୍ଡ ଗସ୍ତରେ ଏହି ରେକର୍ଡକୁ ଧ୍ୱସ୍ତ କରିଛି । ପ୍ରଥମ ଇନିଂସରେ ୮୨ ରନ୍ କରିବା ସହ ଟିମ୍ ଇଣ୍ଡିଆ ଏହି ଇତିହାସ ରଚିଛି । ଭାରତର ଇଂଲଣ୍ଡ ଗସ୍ତ, ୨୦୨୫- ୩୨୭୨* ରନ୍ୱେଷ୍ଟଇଣ୍ଡିଜର ଭାରତ ଗସ୍ତ, ୧୯୭୮/୭୯- ୩୨୭୦ ରନ୍ଇଂଲଣ୍ଡର ଭାରତ ଗସ୍ତ, ୨୦୧୬/୧୭- ୩୨୩୦ ରନ୍ଇଂଲଣ୍ଡର ଭାରତ ଗସ୍ତ, ୨୦୨୪- ୩୧୪୦ ରନ୍ଇଂଲଣ୍ଡର ଭାରତ ଗସ୍ତ ୧୯୬୩/୬୪- ୩୧୧୯ ରନ୍ଟପ୍-୫ରେ ସୂଚୀରେ ସାମିଲ ଅନ୍ୟ ସବୁ ରନ୍ ନିଜ ଘରୋଇ ମାଟିରେ କରିଛି । ତେଣୁ ଏହା ଶୁଭମନ୍ ଗିଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଉପଲବ୍ଧି ଅଟେ । ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ଟେଷ୍ଟ ସିରିଜରେ ସବୁଠୁ ଅଧିକ ରନ୍ କରିବାର ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଅଛି । ୧୯୮୯ରେ ଆସେସ୍ ସିରିଜରେ ଅଷ୍ଟ୍ରେଲିଆ ୩୮୭୭ ରନ୍ କରିଥିଲା ।

ଇଂଲଣ୍ଡରେ ଇତିହାସ ରଚିଲା ଗିଲ୍ ସେନା, ଗୋଟିଏ ଟେଷ୍ଟ ସିରିଜରେ ଭାରତ କଲା ସବୁଠୁ ଅଧିକ ରନ୍

ନୂଆଦିଲ୍ଲୀ: ଶୁଭମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡରେ ନୂଆ ରେକର୍ଡ କରିଛି । ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫିରେ ରନ୍‌ର ପାହାଡ଼ କରି ଇତିହାସ ରଚିଛି । ଓଭାଲରେ ଜାରି ପଞ୍ଚମ ତଥା ଶେଷ ଟେଷ୍ଟରେ ଭାରତ ଗୋଟିଏ ସିରିଜରେ ନିଜର ସବୁଠୁ ଅଧିକ ରନ୍ କରିବାର ରେକର୍ଡ ଭାଙ୍ଗିଛି । ଟିମ୍ ଇଣ୍ଡିଆ ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୋଟିଏ ସିରିଜରେ ୩୨୭୦ ରନ୍ କରିଥିଲା । ଶୁଭମନ୍ ଗିଲଙ୍କ ଟିମ୍ ଇଂଲଣ୍ଡ ଗସ୍ତରେ ଏହି ରେକର୍ଡକୁ ଧ୍ୱସ୍ତ କରିଛି । ପ୍ରଥମ ଇନିଂସରେ ୮୨ ରନ୍ କରିବା ସହ ଟିମ୍ ଇଣ୍ଡିଆ ଏହି ଇତିହାସ ରଚିଛି । 

ଭାରତର ଇଂଲଣ୍ଡ ଗସ୍ତ, ୨୦୨୫- ୩୨୭୨* ରନ୍

ୱେଷ୍ଟଇଣ୍ଡିଜର ଭାରତ ଗସ୍ତ, ୧୯୭୮/୭୯- ୩୨୭୦ ରନ୍

ଇଂଲଣ୍ଡର ଭାରତ ଗସ୍ତ, ୨୦୧୬/୧୭- ୩୨୩୦ ରନ୍

ଇଂଲଣ୍ଡର ଭାରତ ଗସ୍ତ, ୨୦୨୪- ୩୧୪୦ ରନ୍

ଇଂଲଣ୍ଡର ଭାରତ ଗସ୍ତ ୧୯୬୩/୬୪- ୩୧୧୯ ରନ୍

ଟପ୍-୫ରେ ସୂଚୀରେ ସାମିଲ ଅନ୍ୟ ସବୁ ରନ୍ ନିଜ ଘରୋଇ ମାଟିରେ କରିଛି । ତେଣୁ ଏହା ଶୁଭମନ୍ ଗିଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଉପଲବ୍ଧି ଅଟେ । ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ଟେଷ୍ଟ ସିରିଜରେ ସବୁଠୁ ଅଧିକ ରନ୍ କରିବାର ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଅଛି । ୧୯୮୯ରେ ଆସେସ୍ ସିରିଜରେ ଅଷ୍ଟ୍ରେଲିଆ ୩୮୭୭ ରନ୍ କରିଥିଲା ।