ଖାଉଟିଙ୍କୁ ଆଶ୍ବସ୍ତି, ଏପ୍ରିଲ୍ରେ ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ: ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ବା ରିଟେଲ ଇନଫ୍ଲେସନ ଏପ୍ରିଲ ମାସ ୩.୧୬%କୁ ଖସି ଆସଛି। ମଙ୍ଗଳବାର ଜାରି ସରକାରୀ ତଥ୍ୟ ଅନୁସାରେ ଦରବୃଦ୍ଧିରେ ଏହି ହ୍ରାସ ୬ ବର୍ଷରେ ସର୍ବନିମ୍ନ। ପୂର୍ବରୁ ଜୁଲାଇ ୨୦୧୯ରେ ରିଟେଲ ଇନଫ୍ଲେସନ ୩.୧୫% ଥିଲା। ତେବେ ଖାଦ୍ୟ-ପେୟ ସାମଗ୍ରୀର ଦାମ୍ରେ ଲଗାତାର ହ୍ରାସ କାରଣରୁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି । ଏହା ପୂର୍ବରୁ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୩.୩୪% ଥିଲା। ତେବେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପଛରେ ସବୁଠୁ ବଡ଼ କାରଣ ହେଉଛି, ପନିପରିବା, ଫଳ, ଡାଲି ଏବଂ ଅନ୍ୟ ଖାଦ୍ୟ ପଦାର୍ଥର ଦାମ୍ କମିବା। ଏହି ତଥ୍ୟ ରିଜର୍ଭ ବ୍ୟାଙ୍କ୍ର ନିର୍ଦ୍ଧାରିତ ସୀମା ଭିତରେ ରହିଛି। ଯେଉଁ କାରଣରୁ ଆର୍ଥିକ ସ୍ଥିତି ସ୍ଥିର ରହିଛି।
ନୂଆଦିଲ୍ଲୀ: ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ବା ରିଟେଲ ଇନଫ୍ଲେସନ ଏପ୍ରିଲ ମାସ ୩.୧୬%କୁ ଖସି ଆସଛି। ମଙ୍ଗଳବାର ଜାରି ସରକାରୀ ତଥ୍ୟ ଅନୁସାରେ ଦରବୃଦ୍ଧିରେ ଏହି ହ୍ରାସ ୬ ବର୍ଷରେ ସର୍ବନିମ୍ନ। ପୂର୍ବରୁ ଜୁଲାଇ ୨୦୧୯ରେ ରିଟେଲ ଇନଫ୍ଲେସନ ୩.୧୫% ଥିଲା। ତେବେ ଖାଦ୍ୟ-ପେୟ ସାମଗ୍ରୀର ଦାମ୍ରେ ଲଗାତାର ହ୍ରାସ କାରଣରୁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି । ଏହା ପୂର୍ବରୁ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୩.୩୪% ଥିଲା।
ତେବେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପଛରେ ସବୁଠୁ ବଡ଼ କାରଣ ହେଉଛି, ପନିପରିବା, ଫଳ, ଡାଲି ଏବଂ ଅନ୍ୟ ଖାଦ୍ୟ ପଦାର୍ଥର ଦାମ୍ କମିବା। ଏହି ତଥ୍ୟ ରିଜର୍ଭ ବ୍ୟାଙ୍କ୍ର ନିର୍ଦ୍ଧାରିତ ସୀମା ଭିତରେ ରହିଛି। ଯେଉଁ କାରଣରୁ ଆର୍ଥିକ ସ୍ଥିତି ସ୍ଥିର ରହିଛି।