କୁଶଙ୍ଗରେ ପ୍ରଧାନଶିକ୍ଷକଙ୍କ ସମୀକ୍ଷା ବୈଠକ
ହରଭଙ୍ଗା : କୁଶଙ୍ଗ ପଞ୍ଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ହରଭଙ୍ଗା ବ୍ଲକ୍ ସ୍ତରୀୟ ହାଇସ୍କୁଲ ପ୍ରଧାନଶିକ୍ଷକ ମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରୋଜିନୀ ମଣ୍ଡଳ, ମୁରଲୀଧର ରଣା,କୈଳାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ନବମ ଶ୍ରେଣୀରୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଡ୍ରପ ଆଉଟ୍ ରୋକିବା,ନବମ ଶ୍ରେଣୀରୁ ପାଠ ଛାଡିଥିବା ପିଲାଙ୍କ ପୁନଃ […]

ହରଭଙ୍ଗା : କୁଶଙ୍ଗ ପଞ୍ଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ହରଭଙ୍ଗା ବ୍ଲକ୍ ସ୍ତରୀୟ ହାଇସ୍କୁଲ ପ୍ରଧାନଶିକ୍ଷକ ମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରୋଜିନୀ ମଣ୍ଡଳ, ମୁରଲୀଧର ରଣା,କୈଳାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ନବମ ଶ୍ରେଣୀରୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଡ୍ରପ ଆଉଟ୍ ରୋକିବା,ନବମ ଶ୍ରେଣୀରୁ ପାଠ ଛାଡିଥିବା ପିଲାଙ୍କ ପୁନଃ ସ୍କୁଲ ପଠାଇବା ଦିଗରେ ଅଭିଭାବକଙ୍କୁ ବୁଝାଇବା ଏବଂ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ସମ୍ପର୍କିତ ବିଷୟ ଗୁଡିକରେ ଆଲୋଚନା ହୋଇଥିଳା।