ଗୁଜରାଟରେ ଲାଗୁ ହେବ ସମାନ ନାଗରିକ ସଂହିତା
ଗାନ୍ଧୀନଗର: ଉତ୍ତରାଖଣ୍ଡ ପରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ଗୁଜରାଟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ। ଏନେଇ ଗୁଜରାଟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇଛି। ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଂଘଭୀ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ଦ୍ବାରା ସମ୍ବିଧାନ ଦ୍ବାରା ପ୍ରଦର୍ଶିତ ଐକ୍ୟତା ଓ ସମାନତା ପ୍ରତିଷ୍ଠା ହୋଇପାରିବ। ଗୁଜରାଟର ସମସ୍ତ ନାଗରିକ ଏହି ଆଇନ ଦ୍ବାରା ସମାନ ଭାବେ ଅଧିକାର ପାଇପାରିବେ। ଗୁଜରାଟ […]

ଗାନ୍ଧୀନଗର: ଉତ୍ତରାଖଣ୍ଡ ପରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ଗୁଜରାଟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ। ଏନେଇ ଗୁଜରାଟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇଛି। ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଂଘଭୀ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ଦ୍ବାରା ସମ୍ବିଧାନ ଦ୍ବାରା ପ୍ରଦର୍ଶିତ ଐକ୍ୟତା ଓ ସମାନତା ପ୍ରତିଷ୍ଠା ହୋଇପାରିବ। ଗୁଜରାଟର ସମସ୍ତ ନାଗରିକ ଏହି ଆଇନ ଦ୍ବାରା ସମାନ ଭାବେ ଅଧିକାର ପାଇପାରିବେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଏହି ପ୍ରସଙ୍ଗରେ ଏକ ୫ଜଣିଆ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ଅଧ୍ୟକ୍ଷ ରଞ୍ଜନା ପ୍ରକାଶ ଦେଶାଈ ଏହାର ଅଧ୍ୟକ୍ଷ ଅଛନ୍ତି। ଆସନ୍ତା ୪୫ ଦିନ ମଧ୍ୟରେ କମିଟି ନିଜର ରିପୋର୍ଟ ରାଜ୍ୟସରକାରଙ୍କୁ ପ୍ରଦାନ କରିବେ। ଏହା ସହ ମନ୍ତ୍ରୀ ସଂଘଭୀ କହିଛନ୍ତି, ମୋଦୀଜୀଙ୍କ ନେତୃତ୍ବରେ, ଚଳିତ ବର୍ଷ ଆମେ ସମ୍ବିଧାନର ୭୫ ବର୍ଷ ପ୍ରତିଷ୍ଠା ଉତ୍ସବ ପାଳନ କରୁଛୁ। ସମସ୍ତ ନାଗରିକ ଯେଭଳି ସମାନ ଅଧିକାର ପାଇବେ ସେହି ଉଦ୍ଦେଶ୍ୟରେ ସମଗ୍ର ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବାର ଲକ୍ଷ୍ୟ ରହିଛି।