ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ ସଚେତନତା ଶିବିର

କେସିଙ୍ଗା,୨୫ା୬ (ତୁମେଶ୍ବର ସାହୁ)- ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ବୋରିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର “ପ୍ରବାସୀ ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା” ଉପରେ ବୁଧବାର ଆୟୋଜିତ ହୋଇଥିଲା। ଏଥିରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଳୁକ ଆଇନ ସେବା ସମିତି କେସିଙ୍ଗା ଦୀପ୍ତା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଗୁରୁତ୍ୱାରୋପ କରିବା ସହ ତତ ସଂଲଗ୍ନ ବିଭିନ୍ନ ଆଇନ […] The post ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ ସଚେତନତା ଶିବିର appeared first on Dharitri Odia News.

ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ ସଚେତନତା ଶିବିର

କେସିଙ୍ଗା,୨୫ା୬ (ତୁମେଶ୍ବର ସାହୁ)- ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ବୋରିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର “ପ୍ରବାସୀ ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା” ଉପରେ ବୁଧବାର ଆୟୋଜିତ ହୋଇଥିଲା। ଏଥିରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଳୁକ ଆଇନ ସେବା ସମିତି କେସିଙ୍ଗା ଦୀପ୍ତା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଗୁରୁତ୍ୱାରୋପ କରିବା ସହ ତତ ସଂଲଗ୍ନ ବିଭିନ୍ନ ଆଇନ ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘ ସଂପାଦକ ଯୁଗଳ କିଶୋର ଦୀପ,ବରିଷ୍ଠ ଆଇନଜୀବି ସୌରରଶ୍ମି ନନ୍ଦ,,ସଞ୍ଜୀବ କୁମାର ସ୍ବାଇଁ, ବୋରିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ରିମା ନାୟକ କାର୍ଯ୍ୟନିର୍ବାହୀ ଅଧିକାରୀ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

The post ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ ସଚେତନତା ଶିବିର appeared first on Dharitri Odia News.