ମହାକାଶରେ ପହଞ୍ଚିବା ପରେ ଖୁସିରେ ଡେଇଁଲେ ସୁନୀତା ୱିଲିୟମ୍ସ: ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍‌,୭।୬: ଭାରତୀୟ ମୂଳ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ ୱିଲମୋର ସୁରକ୍ଷିତ ଭାବରେ ମହାକାଶରେ ପହଞ୍ଚିଛନ୍ତି। ମହାକାଶରେ ପହଞ୍ଚିବା ପରେ ୱିଲିୟମ୍ସ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି। ବୋଇଙ୍ଗର ଷ୍ଟାରଲିନର୍‌ ମହାକାଶଯାନରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯିବା ବାଟରେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀ ବୁଚ ୱିଲମୋର ମଧ୍ୟ ଉଡ଼ାଣ କ୍ଷମତା (ମାନୁଆଲ ପାଇଲଟିଂ) ପରୀକ୍ଷା କରିଥିଲେ। ଉଭୟେ ସଦସ୍ୟ ଭାବରେ […] The post ମହାକାଶରେ ପହଞ୍ଚିବା ପରେ ଖୁସିରେ ଡେଇଁଲେ ସୁନୀତା ୱିଲିୟମ୍ସ: ଦେଖନ୍ତୁ ଭିଡିଓ appeared first on Dharitri Odia News.

ମହାକାଶରେ ପହଞ୍ଚିବା ପରେ ଖୁସିରେ ଡେଇଁଲେ ସୁନୀତା ୱିଲିୟମ୍ସ: ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍‌,୭।୬: ଭାରତୀୟ ମୂଳ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ ୱିଲମୋର ସୁରକ୍ଷିତ ଭାବରେ ମହାକାଶରେ ପହଞ୍ଚିଛନ୍ତି। ମହାକାଶରେ ପହଞ୍ଚିବା ପରେ ୱିଲିୟମ୍ସ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି। ବୋଇଙ୍ଗର ଷ୍ଟାରଲିନର୍‌ ମହାକାଶଯାନରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯିବା ବାଟରେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀ ବୁଚ ୱିଲମୋର ମଧ୍ୟ ଉଡ଼ାଣ କ୍ଷମତା (ମାନୁଆଲ ପାଇଲଟିଂ) ପରୀକ୍ଷା କରିଥିଲେ। ଉଭୟେ ସଦସ୍ୟ ଭାବରେ ମହାକାଶଯାନକୁ ନିୟନ୍ତ୍ରଣ କରି ଇତିହାସ ସୃଷ୍ଟି କରିଥିଲେ। ଏମିତି କରିବାରେ ସୁନୀତା ପ୍ରଥମ ମହିଳା ହୋଇଛନ୍ତି।
ୱିଲିୟମ୍ସ ପୂର୍ବରୁ ଭଗବାନ ଗଣେଶ ଏବଂ ଭଗବଦ ଗୀତା ମହାକାଶକୁ ନେଇଛନ୍ତି। ବର୍ତ୍ତମାନ ଏହା ହେଉଛି ତାଙ୍କର ତୃତୀୟ ମହାକାଶ ଯାତ୍ରା। ସେ ସ୍ପେସ ଷ୍ଟେଶନରେ ପହଞ୍ଚିବା ପରେ ସ୍ବତନ୍ତ୍ର ଢଙ୍ଗରେ ଏହାର ସେଲିବ୍ରେଶନ କରିଥିଲେ। ସେ ମହାକାଶରେ ପହଞ୍ଚିବା ମାତ୍ରେ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ।

The post ମହାକାଶରେ ପହଞ୍ଚିବା ପରେ ଖୁସିରେ ଡେଇଁଲେ ସୁନୀତା ୱିଲିୟମ୍ସ: ଦେଖନ୍ତୁ ଭିଡିଓ appeared first on Dharitri Odia News.