ବାଇକ ଧକ୍କାରେ ଜଣେ ମୃତ, ପୁଲିସ ତଦନ୍ତ ଆରମ୍ଭ

ବଲାଙ୍ଗିର: ସିଭିଲ କୋର୍ଟ ଆଗରେ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ତାଲପାଲିପଡ଼ାର ଅକ୍ଷୟ ମିଶ୍ର ବୋଲି ଜଣାପଡ଼ିଛି। ଆଜି ଅକ୍ଷୟ ମିଶ୍ରି ରାସ୍ତା ପାର ହେଉଥିବାବେଳେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବଲାଙ୍ଗିର ପୁଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ବାଇକ ଧକ୍କାରେ ଜଣେ ମୃତ, ପୁଲିସ ତଦନ୍ତ ଆରମ୍ଭ

ବଲାଙ୍ଗିର: ସିଭିଲ କୋର୍ଟ ଆଗରେ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ତାଲପାଲିପଡ଼ାର ଅକ୍ଷୟ ମିଶ୍ର ବୋଲି ଜଣାପଡ଼ିଛି।

ଆଜି ଅକ୍ଷୟ ମିଶ୍ରି ରାସ୍ତା ପାର ହେଉଥିବାବେଳେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବଲାଙ୍ଗିର ପୁଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।