ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ଭବାନିପାଟଣା: ଆଜି ସଦର ଥାନା ଅନ୍ତର୍ଗତ ଡଙ୍ଗରିପଦର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ମନୋହରପୁର ଗ୍ରାମର ଧନଞ୍ଜୟ ବାଗ (୨୮) ମୃତ୍ୟୁ ହୋଇଛି ଏବଂ ଯୋଗେଶ ଚନ୍ଦ୍ର ବାଗ (୩୦) ଗୁରୁତର ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଯୋଗେଶଙ୍କୁ ଚିକିତ୍ସା ପାଇଁ ଏସଆରଏମ ମେଡିକାଲ୍ କଲେଜ ଅଧିନସ୍ଥ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟେ ଏକ ବାଇକରେ […]

ଭବାନିପାଟଣା: ଆଜି ସଦର ଥାନା ଅନ୍ତର୍ଗତ ଡଙ୍ଗରିପଦର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ମନୋହରପୁର ଗ୍ରାମର ଧନଞ୍ଜୟ ବାଗ (୨୮) ମୃତ୍ୟୁ ହୋଇଛି ଏବଂ ଯୋଗେଶ ଚନ୍ଦ୍ର ବାଗ (୩୦) ଗୁରୁତର ହୋଇଛନ୍ତି।
ଗୁରୁତର ଆହତ ହୋଇଥିବା ଯୋଗେଶଙ୍କୁ ଚିକିତ୍ସା ପାଇଁ ଏସଆରଏମ ମେଡିକାଲ୍ କଲେଜ ଅଧିନସ୍ଥ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟେ ଏକ ବାଇକରେ କେସିଙ୍ଗାରୁ ଭବାନିପାଟଣା ଆଡ଼କୁ ଆସୁଥିବା ବେଳେ ସହର ଉପକଣ୍ଠ ଡ଼ଙ୍ଗରିପଦର ନିକଟରେ ଏକ ମିନି ଟ୍ରକକୁ ପଛପଟୁ ଧକ୍କା ଦେଇଥିବା କୁହାଯାଉଛି। ସଦର ଥାନା ପୁଲିସ ଘଟଣା ସ୍ଥଳରେ ତଦନ୍ତ କରୁଛି।