ଅଙ୍ଗଦାନ କରିବେ ସମାଜସେବୀ ଶିକ୍ଷକ

ଫୁଲବାଣୀ: ପେସାରେ ଶିକ୍ଷକ। ଅଥଚ ସମାଜସେବା ପାଇଁ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି। ସରକାରୀ କାର୍ଯ୍ୟରୁ ସମୟ ବାହାର କରି ଲୋକଙ୍କ ସୁଖଦୁଃଖରେ ଠିଆ ହେଉଛନ୍ତି କୋଟଗଡର ଯୁବ ଶିକ୍ଷକ ବୁଲୁ ମଲ୍ଲିକ। ସେବା ଓ ତ୍ୟାଗ ଭଳି ଆଦର୍ଶ ଓ ଉଚ୍ଚ ବିଚାର ପାଇଁ ସେ ଆଜି ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି। ଏବେ ନିଜ ଅଙ୍ଗଦାନ ପାଇଁ ଚୁକ୍ତି ସ୍ବାକ୍ଷର କରି ସେ ଆଉ ଏକ ମହନୀୟତା ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ, କିଛିଦିନ ତଳେ […]

ଅଙ୍ଗଦାନ କରିବେ ସମାଜସେବୀ ଶିକ୍ଷକ

ଫୁଲବାଣୀ: ପେସାରେ ଶିକ୍ଷକ। ଅଥଚ ସମାଜସେବା ପାଇଁ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି। ସରକାରୀ କାର୍ଯ୍ୟରୁ ସମୟ ବାହାର କରି ଲୋକଙ୍କ ସୁଖଦୁଃଖରେ ଠିଆ ହେଉଛନ୍ତି କୋଟଗଡର ଯୁବ ଶିକ୍ଷକ ବୁଲୁ ମଲ୍ଲିକ। ସେବା ଓ ତ୍ୟାଗ ଭଳି ଆଦର୍ଶ ଓ ଉଚ୍ଚ ବିଚାର ପାଇଁ ସେ ଆଜି ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି। ଏବେ ନିଜ ଅଙ୍ଗଦାନ ପାଇଁ ଚୁକ୍ତି ସ୍ବାକ୍ଷର କରି ସେ ଆଉ ଏକ ମହନୀୟତା ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ, କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସେ ସ୍ବେଚ୍ଛାକୃତ ଅଙ୍ଗଦାନ ପାଇଁ ଆବେଦନ କରିଥିଲେ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଙ୍କୁ ସ୍ୱେଚ୍ଛାକୃତ ଅଙ୍ଗଦାନ କରିବା ପାଇଁ ପ୍ରମାଣପତ୍ର ପ୍ରଦାନ କରିଛି। ଭଗବାନ ଦେଇଥିବା ଦୁର୍ଲଭ ମଣିଷ ଜନ୍ମ ଏକ ସୁନ୍ଦର ଉପହାର । ମୃତ୍ୟୁ ପରେ ତାଙ୍କ ଶରୀରର ଅଙ୍ଗ ଆଉ କାହା ଶରୀରରେ  ଲାଗିଲେ ସେ ଆତ୍ମ ସନ୍ତୋଷ ଲାଭ କରିବା ସହିତ ତାଙ୍କର ମାନବ ଜନ୍ମ ଧନ୍ୟ ହେବ ବୋଲି କହିଛନ୍ତି ବୁଲୁ। ତାଙ୍କର ଏହି ମହତ କାର୍ଯ୍ୟ କନ୍ଧମାଳ ଜିଲ୍ଲାର ହଜାର ହଜାର ଯୁବକଙ୍କ ପାଇଁ ପ୍ରେରଣା ସାଜିଛି।