ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ବୃଦ୍ଧି କରିବେ କି ସରକାର ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ପରିବାରର ସଦସ୍ୟମାନଙ୍କର ମୃତ୍ୟୁ ପରେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୧୮୧ କୋଟି ୮୪ ଲକ୍ଷ ଟଙ୍କାର ସହାୟତା ଦେଉଛନ୍ତି। ୨୦୧୯-୨୦ ମସିହାରୁ ରାଜ୍ୟ ସରକାର ଆରମ୍ଭ କରିଥିବା ହରିଶ୍ଚନ୍ଦ୍ର ଯୋଜନାରେ ଗ୍ରାମାଞ୍ଚଳରେ ୨ ହଜାର ଟଙ୍କା ଓ ସହରାଞ୍ଚଳରେ ମୃତକଙ୍କ ପରିବାରକୁ ୩ ହଜାର ଟଙ୍କା ଦିଆଯାଉଛି । ତେବେ ଏହି ଯୋଜନାରେ ସରକାର ସହାୟତା ରାଶି ବୃଦ୍ଧି କରିବେ କି ନାହିଁ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାନସଭାରେ ଉତ୍ତର […] The post ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ବୃଦ୍ଧି କରିବେ କି ସରକାର ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ appeared first on Dharitri Odia News.

ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ବୃଦ୍ଧି କରିବେ କି ସରକାର ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ପରିବାରର ସଦସ୍ୟମାନଙ୍କର ମୃତ୍ୟୁ ପରେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୧୮୧ କୋଟି ୮୪ ଲକ୍ଷ ଟଙ୍କାର ସହାୟତା ଦେଉଛନ୍ତି। ୨୦୧୯-୨୦ ମସିହାରୁ ରାଜ୍ୟ ସରକାର ଆରମ୍ଭ କରିଥିବା ହରିଶ୍ଚନ୍ଦ୍ର ଯୋଜନାରେ ଗ୍ରାମାଞ୍ଚଳରେ ୨ ହଜାର ଟଙ୍କା ଓ ସହରାଞ୍ଚଳରେ ମୃତକଙ୍କ ପରିବାରକୁ ୩ ହଜାର ଟଙ୍କା ଦିଆଯାଉଛି । ତେବେ ଏହି ଯୋଜନାରେ ସରକାର ସହାୟତା ରାଶି ବୃଦ୍ଧି କରିବେ କି ନାହିଁ ବିଧାନସଭାରେ ସୂଚନା ଦେଇଛନ୍ତି।

ବିଧାନସଭାରେ ଉତ୍ତର ରଖି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶିରେ ପୁର୍ନବାର ବୃଦ୍ଧି ନେଇ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ।

ତେବେ ବିଜେଡି ସରକାର ସମୟରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ପୂର୍ବ ବଜେଟରେ ରାଜ୍ୟ ସରକାର ଏହି ସହାୟତା ରାଶିକୁ ୨ହଜାରରୁ ୩ ହଜାର ଟଙ୍କାକୁ ବୃଦ୍ଧି କରିଥିବାବେଳେ, ସହରାଞ୍ଚଳରେ ଏହି ସହାୟତା ରାଶିକୁ ୩ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ।

The post ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ବୃଦ୍ଧି କରିବେ କି ସରକାର ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ appeared first on Dharitri Odia News.