ପ୍ରେମରେ ପାଗଳ ନାବାଳିକା: ବୟଫ୍ରେଣ୍ଡ ସହ ମିଶି ମା’ଙ୍କ ଗଣ୍ଡିମୁଣ୍ଡ କଲେ ଅଲଗା
ହାଇଦ୍ରାବାଦ,୨୬।୬: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ତାଙ୍କ ବୟଫ୍ରେଣ୍ଡଙ୍କ ସହ ମିଶି ନିଜ ମା’ଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ସମ୍ପର୍କରେ ଆପତ୍ତି କରିବାରୁ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦର ଜୀଡିମେଟଲାରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ଏସ ଅଞ୍ଜଳି (୩୯) ବୋଲି ଜଣାପଡିଛି, ଯିଏ ତାଙ୍କ ଝିଅ ସହିତ ଜୀଡିମେଟଲାର ଏନଏଲବି ନଗରରେ ରହୁଥିଲେ। ଅଞ୍ଜଳିଙ୍କ ଝିଅ ତୀଜାଶ୍ରୀ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେ ଝିଅକୁ ତାଙ୍କ […] The post ପ୍ରେମରେ ପାଗଳ ନାବାଳିକା: ବୟଫ୍ରେଣ୍ଡ ସହ ମିଶି ମା’ଙ୍କ ଗଣ୍ଡିମୁଣ୍ଡ କଲେ ଅଲଗା appeared first on Dharitri Odia News.
ହାଇଦ୍ରାବାଦ,୨୬।୬: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ତାଙ୍କ ବୟଫ୍ରେଣ୍ଡଙ୍କ ସହ ମିଶି ନିଜ ମା’ଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ସମ୍ପର୍କରେ ଆପତ୍ତି କରିବାରୁ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦର ଜୀଡିମେଟଲାରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ଏସ ଅଞ୍ଜଳି (୩୯) ବୋଲି ଜଣାପଡିଛି, ଯିଏ ତାଙ୍କ ଝିଅ ସହିତ ଜୀଡିମେଟଲାର ଏନଏଲବି ନଗରରେ ରହୁଥିଲେ।
ଅଞ୍ଜଳିଙ୍କ ଝିଅ ତୀଜାଶ୍ରୀ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେ ଝିଅକୁ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଦେଖିଥିଲେ। ଅଞ୍ଜଳି ତାଙ୍କୁ ସମ୍ପର୍କକୁ ଆଗକୁ ନ ବଢାଇବାକୁ ଚେତାବନୀ ଦେଇଥିଲେ ଏବଂ ତାଙ୍କୁ ତାଙ୍କ ପାଠପଢ଼ା ବନ୍ଦ କରିବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ଝିଅ ଶୁଣି ନ ଥିଲା। ନାବାଳିକା ତାଙ୍କ ବୟଫ୍ରେଣ୍ଡ ପାଗିଲା ଶିବ (୧୯) ଏବଂ ତାଙ୍କ ଭାଇ ପାଗିଲା ଯଶୱନ୍ତ (୧୮) ସହ ମି ଅଞ୍ଜଳିଙ୍କୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ପାଇବା ପରେ, ଜୀଡିମେଟଲା ପୋଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତୀଜାଶ୍ରୀ ତାଙ୍କ ବୟଫ୍ରେଣ୍ଡ ଶିବଙ୍କ ସହିତ ପାଞ୍ଚ ଦିନ ପୂର୍ବରୁ ଚାଲିଯାଇଥିଲେ। ତାଙ୍କ ମା’ ଅଞ୍ଜଳି ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଏହା ପରେ ଉଭୟଙ୍କୁ ପୋଲିସ ଷ୍ଟେଶନକୁ ଡକାଯାଇଥିଲା ଏବଂ କାଉନସେଲିଂ ପରେ ଅଞ୍ଜଳି ଏବଂ ତାଙ୍କ ଝିଅକୁ ଘରକୁ ପଠାଇ ଦିଆଯାଇଥିଲା।
ଏଥିରେ ରାଗିଯାଇ ତୀଜଶ୍ରୀ ତାଙ୍କ ବୟଫ୍ରେଣ୍ଡ ଏବଂ ଭାଇ ସହିତ ମିଶି ତାଙ୍କ ମା’ଙ୍କୁ ହତ୍ୟା କରିଥିଲେ। ଏହି ଅଭିଯୋଗ ମୃତ ଅଞ୍ଜଳିଙ୍କ ଭଉଣୀ କରିଛନ୍ତି। ହତ୍ୟା କରିବା ପାଇଁ ତୀଜଶ୍ରୀ ତାଙ୍କ ଦୁପଟା ସାହାଯ୍ୟରେ ତାଙ୍କ ମାଆଙ୍କ ବେକକୁ ପଛରୁ ଟାଣି ଦେଇଥିଲେ, ଯାହା ଫଳରେ ସେ ପଡ଼ି ଯାଇଥିଲେ। ଏହା ପରେ ତାଙ୍କ ପ୍ରେମିକ ଶିବ ତାଙ୍କ ମାଆଙ୍କ ମୁହଁ ଏବଂ କାନରେ ଅନେକ ଥର ଆକ୍ରମଣ କରି ତାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଇଥିଲେ। ତଦନ୍ତ ପରେ ପୋଲିସ ନିଶ୍ଚିତ କରିଛି ଯେ, ତୀଜଶ୍ରୀ ଏବଂ ତାଙ୍କ ପ୍ରେମିକ ମିଶି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ, ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
The post ପ୍ରେମରେ ପାଗଳ ନାବାଳିକା: ବୟଫ୍ରେଣ୍ଡ ସହ ମିଶି ମା’ଙ୍କ ଗଣ୍ଡିମୁଣ୍ଡ କଲେ ଅଲଗା appeared first on Dharitri Odia News.