ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ
ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି। ରବିବାର ଇବ୍ରାହିମ ରଇସି ଏବଂ କେତେଜଣ ଇରାନ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଏକ ଗ୍ରାମାଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରର ଆବର୍ଜନା ମିଳିବା ପରେ ଇରାନ ରାଷ୍ଟ୍ରପତି ରଇସିଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ରବିବାର ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ପାର୍ବତ୍ୟ […] The post ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ appeared first on Dharitri Odia News.
ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି। ରବିବାର ଇବ୍ରାହିମ ରଇସି ଏବଂ କେତେଜଣ ଇରାନ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଏକ ଗ୍ରାମାଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ହେଲିକପ୍ଟରର ଆବର୍ଜନା ମିଳିବା ପରେ ଇରାନ ରାଷ୍ଟ୍ରପତି ରଇସିଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ରବିବାର ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ପାର୍ବତ୍ୟ ଅଞ୍ଚଳରେ ଏବଂ ତୁଷାରପାତରେ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ। ସର୍ଚ୍ଚ ଟିମ ଧ୍ୱଂସାବଶେଷ ଚିହ୍ନଟ କରିବା ପରେ ଜଣେ ଇରାନର ଅଧିକାରୀ ମଧ୍ୟ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
The post ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ appeared first on Dharitri Odia News.