କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ଦକ୍ଷିଣ ବିଟ ମିରିଖୋଜି ଗ୍ରାମ ବିରଳ ନଦୀକୂଳ ଜଙ୍ଗଲରୁ ଶୁକ୍ରବାର ସକାଳୁ କାଠ ମାଫିଆମାନେ ମାହାଳ ଗଛ କାଟି ଟ୍ରାକ୍ଟରରେ ଚୋରା ଚାଲାଣ କରୁଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଚଢ଼ାଉ କରି ଟ୍ରାକ୍ଟର ସହ ଓ ୬ଖଣ୍ଡ ଗଣ୍ଡି ଜବତ କରିଛନ୍ତି। ତେବେ ଘଟଣାସ୍ଥଳରୁ କାଠ ମାଫିଆ, ଟ୍ରାକ୍ଟର ଡ୍ରାଇଭର ଓ ଶ୍ରମିକମାନେ ଫେରାର ହୋଇଯାଇଛନ୍ତି। ଏହି ଚଢ଼ାଉରେ ସାହାରପଡ଼ା ବନପାଳ […] The post କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ appeared first on Dharitri Odia News.

କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ଦକ୍ଷିଣ ବିଟ ମିରିଖୋଜି ଗ୍ରାମ ବିରଳ ନଦୀକୂଳ ଜଙ୍ଗଲରୁ ଶୁକ୍ରବାର ସକାଳୁ କାଠ ମାଫିଆମାନେ ମାହାଳ ଗଛ କାଟି ଟ୍ରାକ୍ଟରରେ ଚୋରା ଚାଲାଣ କରୁଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଚଢ଼ାଉ କରି ଟ୍ରାକ୍ଟର ସହ ଓ ୬ଖଣ୍ଡ ଗଣ୍ଡି ଜବତ କରିଛନ୍ତି। ତେବେ ଘଟଣାସ୍ଥଳରୁ କାଠ ମାଫିଆ, ଟ୍ରାକ୍ଟର ଡ୍ରାଇଭର ଓ ଶ୍ରମିକମାନେ ଫେରାର ହୋଇଯାଇଛନ୍ତି। ଏହି ଚଢ଼ାଉରେ ସାହାରପଡ଼ା ବନପାଳ ଭୂପତି ସେଠୀ, ଗାର୍ଡ ଦୀପକ ରଣା, ପ୍ରଗତି ରାଉତ ଓ ପାରା ଷ୍ଟାଫମାନେ ସାମିଲ ହୋଇଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ରେଞ୍ଜର ବନ ବିହାରୀ ସର୍ଦ୍ଦାର କହିଛନ୍ତି।

The post କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ appeared first on Dharitri Odia News.