ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ
ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ରହିବେ। ମିଳିଥିବା ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ମଙ୍ଗଳବାର ଅପରାହ୍ନ ୩ଟାରେ ବରଗଡ଼ର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇବେ। ସେଠାରୁ ରୋଡ଼ ଶୋ’ରେ ଉତ୍ସବସ୍ଥଳୀକୁ ଯିବେ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ହେବାକୁ […] The post ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ appeared first on Dharitri Odia News.
ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ରହିବେ।
ମିଳିଥିବା ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ମଙ୍ଗଳବାର ଅପରାହ୍ନ ୩ଟାରେ ବରଗଡ଼ର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇବେ। ସେଠାରୁ ରୋଡ଼ ଶୋ’ରେ ଉତ୍ସବସ୍ଥଳୀକୁ ଯିବେ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ଏବଂ ସେଠାରେ ଉପସ୍ଥିତ ଜନତାଙ୍କୁ ସମ୍ବାଧିତ କରିବେ।

ସେହିପରି ସନ୍ଧ୍ୟା ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ବରଗଡ଼ର ସଚେତନ ନାଗରିକ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
The post ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ appeared first on Dharitri Odia News.