ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମର ୮ ଜଣ କଂଗ୍ରେସ କର୍ମୀ ନିଜ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ସିମନବାଡି ପଞ୍ଚାୟତ ଅଞ୍ଚଳର କଂଗ୍ରେସ ଦଳର ବରିଷ୍ଠ କର୍ମୀ ଶ୍ୟାମସନ ଦିଗାଲ, ବିଭୀଷଣ ଦିଗାଲ ଏବଂ କିରିକୁଟି ପଞ୍ଚାୟତର ବବି ପାତ୍ର ବିଜେଡି ଦଳରେ ସାମିଲ […] The post ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ appeared first on Dharitri Odia News.

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମର ୮ ଜଣ କଂଗ୍ରେସ କର୍ମୀ ନିଜ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ସିମନବାଡି ପଞ୍ଚାୟତ ଅଞ୍ଚଳର କଂଗ୍ରେସ ଦଳର ବରିଷ୍ଠ କର୍ମୀ ଶ୍ୟାମସନ ଦିଗାଲ, ବିଭୀଷଣ ଦିଗାଲ ଏବଂ କିରିକୁଟି ପଞ୍ଚାୟତର ବବି ପାତ୍ର ବିଜେଡି ଦଳରେ ସାମିଲ ହୋଇଛନ୍ତି।
ବିଧାନସଭା ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ଉପସ୍ଥିତିରେ ଦଳର କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଳରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଦଳର ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା। ଏହି ସମୟରେ ବିଜେଡି କାର୍ଯ୍ୟାଳୟରେ ଅନ୍ୟମାନଙ୍କ ମଧ୍ୟରେ ଦୀପକ ସାହୁ, ମିଲୁ ସାହୁ, ସନ୍ତୋଷ ବିଷୋୟୀ, ସାଧୁ ନାୟକ, ଅମରେନ୍ଦ୍ର ପ୍ରଧାନ, ଶୁକଦେ ପ୍ରଧାନ, କେ. ମନବୋଧ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଭାବେ ବିଜେଡିରେ ସାମିଲ ହୋଇଥିବା କର୍ମୀମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଏବଂ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ଅଞ୍ଚଳ ପାଇଁ ବିକାଶ ଧାରାରେ କାର୍ଯ୍ୟ କରିବା ଓ ଅଞ୍ଚଳର ବିକାଶ ହେଉଥିବା ଯୋଗୁ ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜେଡିରେ ସାମିଲ ହୋଇଥିବା କହିଥିଲେ।

The post ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ appeared first on Dharitri Odia News.