ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଜନସ୍ବାର୍ଥ ମାମଲା: ହାଇକୋର୍ଟରେ ମାମଲା ଖାରଜ
କଟକ,୧୩।୨(କାର୍ତ୍ତିକ ସାହୁ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ କରିବାକୁ ନିବେଦନ କରି ଦାଖଲ ହୋଇଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଆବେଦନକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମଙ୍ଗଳବାର ଶୁଣାଣି ହେବା ପରେ ଏଥିରେ ଜନସ୍ବାର୍ଥ ସମ୍ବଳିତ ନିୟମ ପାଳନ କରାଯାଇନଥିବା ଦର୍ଶାଇ ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି। ଆବେଦନ ଅନୁଯାୟୀ, ରାଜ୍ୟର ଜନସାଧାରଣଙ୍କୁ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଉକ୍ତ […] The post ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଜନସ୍ବାର୍ଥ ମାମଲା: ହାଇକୋର୍ଟରେ ମାମଲା ଖାରଜ appeared first on Dharitri Odia News.
କଟକ,୧୩।୨(କାର୍ତ୍ତିକ ସାହୁ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ କରିବାକୁ ନିବେଦନ କରି ଦାଖଲ ହୋଇଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଆବେଦନକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମଙ୍ଗଳବାର ଶୁଣାଣି ହେବା ପରେ ଏଥିରେ ଜନସ୍ବାର୍ଥ ସମ୍ବଳିତ ନିୟମ ପାଳନ କରାଯାଇନଥିବା ଦର୍ଶାଇ ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି।
ଆବେଦନ ଅନୁଯାୟୀ, ରାଜ୍ୟର ଜନସାଧାରଣଙ୍କୁ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଉକ୍ତ ଯୋଜନା ଲାଗୁ କରିବାକୁ ଆବେଦନକାରୀ ଉକ୍ତ ମାମଲା ଉଲ୍ଲେଖ କରିଥିଲେ ା ରାଜ୍ୟ ସରକାର ଜାଣିଶୁଣି ଓଡ଼ିଶାରେ ଏପରି ଯୋଜନାକୁ ଲାଗୁ କରାଇ ଦେଉନାହାଁନ୍ତି। ଫଳରେ ଓଡ଼ିଶାର ଲୋକମାନେ ଏହି ଯୋଜନାର ସୁଫଳ ପାଇପାରୁନାହଁନ୍ତି ା ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେଥିବା ୨୮ହଜାରରୁ ଅଧିକ ଡାକ୍ତରଖାନା ଏହି ଯୋଜନା ସହିତ ଅନୁବନ୍ଧିତ ହୋଇଛନ୍ତି ା ତେବେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ଭଳି ହାତ ଗଣତି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଛାଡ଼ି ଦେଲେ ପ୍ରାୟ ସମସ୍ତ ରାଜ୍ୟରେ ଏହି ଯୋଜନା ଲାଗୁ ହୋଇଛି। ହେଲେ ରାଜ୍ୟ ସରକାର ଓଡ଼ିଶାରେ ଏହି ଯୋଜନାକୁ ଲାଗୁ କରାଇବାକୁ ଉଦ୍ଦେଶ୍ୟମୂଳକ ଭାବେ ଆଗ୍ରହ ପ୍ରକାଶ କରୁନାହଁନ୍ତି ା ଅନ୍ୟପକ୍ଷରେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ପୁରୁଷ ହିତାଧିକାରୀଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ନିମନ୍ତେ ୧୦ଲକ୍ଷ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାର ବ୍ୟବସ୍ଥା ରହିଛି। ବେଳେବେଳେ ଅନେକ ଜଟିଳ ରୋଗ ପାଇଁ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଉପଲବ୍ଧ ଅର୍ଥ ପଯର୍ୟାପ୍ତ ହେଉନାହିଁ ଏବଂ ଅନେକ ଜଟିଳ ରୋଗର ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ବ୍ୟବସ୍ଥା ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ।
The post ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଜନସ୍ବାର୍ଥ ମାମଲା: ହାଇକୋର୍ଟରେ ମାମଲା ଖାରଜ appeared first on Dharitri Odia News.