VSSUT ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର,୧୪।୩: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ପ୍ରିୟାଂଶୁ ପ୍ରକାଶ ବେହେରା(୧୯) ଗୁରୁବାର ହୀରାକୁଦ ଡ୍ୟାମର ପାୱାର ଚାନେଲରେ ଗାଧୋଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଥିଲେ। ଛାତ୍ରଙ୍କ ମୃତ୍ୟୁ ପରେ ଭିସୁଟ୍‌ କର୍ତ୍ତୃପକ୍ଷ ଶୁକ୍ରବାର କଟକଣା ଜାରି କରିଛନ୍ତି। ଛାତ୍ରୀଛାତ୍ରଙ୍କୁ ୭ଟି ସ୍ଥାନକୁ ନ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଛାତ୍ରୀଛାତ୍ରଙ୍କୁ ପାୱାର ଚ୍ୟାନେଲ, ମହାନଦୀ, ସାଇଫନ ସ୍ପିଲେୱ, ଅତହର ହାଜର ପଏଣ୍ଟ, ରାଇଟ ଡାଇକ, ଝଙ୍କରାଣୀ ମନ୍ଦିର, […] The post VSSUT ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ଜାରି କଲେ କର୍ତ୍ତୃପକ୍ଷ appeared first on Dharitri Odia News.

VSSUT ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର,୧୪।୩: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ପ୍ରିୟାଂଶୁ ପ୍ରକାଶ ବେହେରା(୧୯) ଗୁରୁବାର ହୀରାକୁଦ ଡ୍ୟାମର ପାୱାର ଚାନେଲରେ ଗାଧୋଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଥିଲେ। ଛାତ୍ରଙ୍କ ମୃତ୍ୟୁ ପରେ ଭିସୁଟ୍‌ କର୍ତ୍ତୃପକ୍ଷ ଶୁକ୍ରବାର କଟକଣା ଜାରି କରିଛନ୍ତି।

ଛାତ୍ରୀଛାତ୍ରଙ୍କୁ ୭ଟି ସ୍ଥାନକୁ ନ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଛାତ୍ରୀଛାତ୍ରଙ୍କୁ ପାୱାର ଚ୍ୟାନେଲ, ମହାନଦୀ, ସାଇଫନ ସ୍ପିଲେୱ, ଅତହର ହାଜର ପଏଣ୍ଟ, ରାଇଟ ଡାଇକ, ଝଙ୍କରାଣୀ ମନ୍ଦିର, ଫିସେରୀ ପଏଣ୍ଟ ନ ଯିବାକୁ କୁହାଯାଇଛି। ନିର୍ଦ୍ଦେଶ ନ ମାନିଲେ ଛାତ୍ରୀଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସୂଚନା ଯୋଗ୍ୟ, ପ୍ରିୟାଂଶୁ VSSUTରେ ସିଭିଲ ଇଞ୍ଜିନିୟରିଂ କରୁଥିଲେ। ସେ ତାଙ୍କ କିଛି ବନ୍ଧୁଙ୍କ ସହିତ ଗାଧୋଇବା ପାଇଁ ହୀରାକୁଦ ଡ୍ୟାମର ପାୱାର ଚାନେଲକୁ ଯାଇଥିଲେ। ସେ ଗାଧୋଇବା ସମୟରେ ଗଭୀର ପାଣିରେ ଭାସି ବୁଡିଯାଇଥିଲେ। ତାଙ୍କ ବନ୍ଧୁମାନେ ପ୍ରିୟାଂଶୁଙ୍କୁ ଉଦ୍ଧାର କରି ବୀର ସୁରେନ୍ଦ୍ର ସାଏ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ (VIMSAR)କୁ ନେଇଥିଲେ। କିନ୍ତୁ, ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

The post VSSUT ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ଜାରି କଲେ କର୍ତ୍ତୃପକ୍ଷ appeared first on Dharitri Odia News.