ହତ୍ୟାକାରୀ ସ୍ୱାମୀଙ୍କୁ ଫାଶୀ ଦଣ୍ଡାଦେଶ; ସ୍ତ୍ରୀ’ର ଗଳାକାଟି କରିଥିଲେ ହତ୍ୟା
ଭୁବନେଶ୍ୱର,୧ା୮: ୨୦୨୨ ଜୁନ୍ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ହତ୍ୟା କାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସଂଜିତ ଦାସକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଏସଡିଜେଏମ୍ କୋର୍ଟ। ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଦୋଷୀ ସଂଜିତ। ରିପୋର୍ଟ ଅନୁସାରେ ସଂଜିତ ଛୁରିରେ ସ୍ତ୍ରୀଙ୍କ ଗଳା କାଟି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଏତିକିରେ ସନ୍ତୁଷ୍ଟ ନ ହୋଇ ଦେହସାରା ଛୁରିକୁ ଭୁସିବା ସହ ପେଟରୁ ଅନ୍ତବୁଜୁଳା ବାହାର କରି ଦେଇଥିଲେ। ଏଥିସହ […] The post ହତ୍ୟାକାରୀ ସ୍ୱାମୀଙ୍କୁ ଫାଶୀ ଦଣ୍ଡାଦେଶ; ସ୍ତ୍ରୀ’ର ଗଳାକାଟି କରିଥିଲେ ହତ୍ୟା appeared first on Dharitri Odia News.
ଭୁବନେଶ୍ୱର,୧ା୮: ୨୦୨୨ ଜୁନ୍ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ହତ୍ୟା କାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସଂଜିତ ଦାସକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଏସଡିଜେଏମ୍ କୋର୍ଟ। ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଦୋଷୀ ସଂଜିତ।
ରିପୋର୍ଟ ଅନୁସାରେ ସଂଜିତ ଛୁରିରେ ସ୍ତ୍ରୀଙ୍କ ଗଳା କାଟି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଏତିକିରେ ସନ୍ତୁଷ୍ଟ ନ ହୋଇ ଦେହସାରା ଛୁରିକୁ ଭୁସିବା ସହ ପେଟରୁ ଅନ୍ତବୁଜୁଳା ବାହାର କରି ଦେଇଥିଲେ। ଏଥିସହ ନିଜ ୬ବର୍ଷର ଝିଅକୁ ମରଣାନ୍ତକ ଆକ୍ରମଣ କରିବା ସହ ଗଳାକାଟି ହତ୍ୟା ଉଦ୍ୟମ କରିଥିଲେ।
ଖବର ପାଇ ଖଣ୍ଡଗିରି ଓ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରୁ ସରସ୍ବତୀଙ୍କ ମୃତଦେହ ଜବତ କରିଥିଲା। ସାଇଣ୍ଟିଫିକ ଟିମ୍ ବିଭିନ୍ନ ନମୁନା ଓ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିବା ସହ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଥିଲା। ପରେ ଏଭଳି ନାରକୀୟ କାଣ୍ଡ ଭିଆଇ ଲୁଚି ବୁଲୁଥିବା ଅଭିଯୁକ୍ତ ସ୍ବାମୀ ସଞ୍ଜିତ ଦାସଙ୍କୁ ପୋଲିସ କାବୁ କରିଥିଲା। ମୃତା ହେଲେ ଉକ୍ତ ଗାଁର ସରସ୍ୱତୀ ଦାସ।
ପୋଲିସ ସୂଚନା ଅନୁଯାୟୀ ବିବାହ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଏହାକୁ ନେଇ ଖୁସି ନ ଥିଲେ ସଞ୍ଜିତ। ସେପଟେ ପରିବାରର ବିପୁଳ ସମ୍ପରି ଥିଲେ ମଧ୍ୟ ସଞ୍ଜିତଙ୍କର କିଛି ରୋଜଗାର ନ ଥିଲା। ସେ ସବୁବେଳେ ନିଶା ସେବନ କରୁଥିଲେ। ଏପଟେ ସରସ୍ୱତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଝିଅର ପାଠପଢ଼ା ଲାଗି ସେ ସତ କରି ରଖିଥିବା ଅର୍ଥକୁ ସ୍ବାମୀ ସଞ୍ଜିତ ନିଶା ସେବନ ଲାଗି ନେଇଯାଉଥିଲେ। ବାରଣ କଲେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ। ତେଣୁ ସରସ୍ବତୀ ସବୁବେଳେ ଚିନ୍ତାରେ ରହିବା ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗୁଥିଲା।
ଗତ ସୋମବାର ସରସ୍ବତୀ ଆଉଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ । ଝିଅ ଜନ୍ମ ପରଠାରୁ ବାପା ସଞ୍ଜିତ ଆହୁରି
ଅଶାନ୍ତ ହୋଇପଡିଥିବା ପଡୋଶୀ ଲୋକେ କହୁଥିଲେ। ତେବେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା। ସରସ୍ୱତୀଙ୍କୁ ଗ୍ରାମୀ ସଞ୍ଜିତ ମାଡ଼ ମାରୁଥିବା ପଡୋଶୀ ଘର ଲୋକେ ଦେଖିଥିଲେ। ତେବେ ଏହା ନିତିଦିନିଆ ଘଟଣା ହୋଇଥିବାରୁ ପରିବାରର ଅନ୍ୟ ସଦସ୍ୟ ଓ ପଡୋଶୀମାନେ ପ୍ରତିବାଦ କରି ନ ଥିଲେ। କିନ୍ତୁ ପରଦିନ ସକାଳେ ହତ୍ୟାକାଣ୍ଡ ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ଥାନାକୁ ଖବର ଦେଇଥିଲେ।
The post ହତ୍ୟାକାରୀ ସ୍ୱାମୀଙ୍କୁ ଫାଶୀ ଦଣ୍ଡାଦେଶ; ସ୍ତ୍ରୀ’ର ଗଳାକାଟି କରିଥିଲେ ହତ୍ୟା appeared first on Dharitri Odia News.